ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌: ପାକିସ୍ତାନକୁ ଆଚରଣ ବଦଳାଇବାକୁ ବାଧ୍ୟ କରିବ

ନୂଆଦିଲ୍ଲୀ: ଫେବ୍ରୁଆରୀ ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ ପାକିସ୍ତାନକୁ ନିଜର ଆଚରଣ ବଦଳାଇବାକୁ ବାଧ୍ୟ କରିବ ବୋଲି ନୌସେନା ମୁଖ୍ୟ ଆଡ୍‌ମିରାଲ ସୁନୀଲ ଲାନବା କହିଛନ୍ତି।
ଲାନବା କହିଛନ୍ତି, ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛି। ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପକୁ ପାକିସ୍ତାନ ଯେଭଳି ପ୍ରଶ୍ରୟ ଦେଇଆସୁଥିଲା ‌େସଥିରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରିବ ବୋଲି ଲାନବା ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ ଦ୍ୱାରା ଭାରତ ପାକିସ୍ତାନକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ଥିଲେ ମଧ୍ୟ ଆବଶ୍ୟକ ହେଲେ ଭାରତ ପୂର୍ବ ନିର୍ଧାରିତ ନିୟମ ଭଙ୍ଗକରି ଆକ୍ରମଣ କରିପାରିବ ବୋଲି ପଡୋଶୀ ଶତ୍ରୁପକ୍ଷକୁ ଜଣାଇଦେଇଛି। ବାଲାକୋଟ୍‌ରେ କାର୍ଯ୍ୟାନୁଷ୍ଠାନ ବେଳେ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବା ପାଇଁ ନୌସେନା ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜଗୁଡିକୁ ଆରବ ସାଗରରେ ନିୟୋଜିତ କରି ଏଥିରେ ସଫଳ ହୋଇଛି। ତେବେ ପାକିସ୍ତାନ ଅପେକ୍ଷା ଚୀନ ଭାରତ ପାଇଁ ଅଧିକ ବିପଦ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର