ବାଲାକୋଟ ଏୟାରଷ୍ଟ୍ରାଇକ ପ୍ରଭାବ : ଫେବ୍ରୁଆରୀ ପରେ କୌଣସି ଆତଙ୍କବାଦୀ ଅନୁପ୍ରବେଶ କରିନାହାନ୍ତି, ଆତଙ୍କବାଦୀ କ୍ୟାମ୍ପଗୁଡ଼ିକ ମଧ୍ୟ ବନ୍ଦ ରହିଛି

ନୂଆଦିଲ୍ଲୀ : ଗତ ଫେବ୍ରୁଆରୀରେ ହୋଇଥିବା ବାଲାକୋଟ ଏୟାରଷ୍ଟ୍ରାଇକ ଓ ତାପରେ ଭାରତର ଲଢୁଆ ମନୋଭାବ ଦେଖି ପାକିସ୍ତାନ ଛାନିଆ ହୋଇଯାଇଛି । ଭାରତୀୟ ସେନାର ଏକ ନିଜସ୍ୱ ରିପୋର୍ଟ ଅନୁସାରେ ଗତ ଫେବ୍ରୁଆରୀ ପରଠାରୁ ଭାରତୀୟ ସୀମାରେ ପ୍ରବେଶ କରିବାକୁ କୌଣସି ଉଦ୍ୟମ ହୋଇନାହିଁ । କେବଳ ଏତିକି ନୁହେଁ, ନିୟନ୍ତ୍ରଣ ରେଖା ସେପଟେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ଅସ୍ଥାୟୀଭାବେ ବନ୍ଦ କରିଦିଆଯାଇଛି ।

ଆହୁରି ମଧ୍ୟ ଭାରତୀୟ ସେନାକୁ ନେଇ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଆତଙ୍କବାଦୀମାନେ ଏତେ ଛାନିଆ ହୋଇଯାଇଛନ୍ତି ଯେ ପାକିସ୍ତାନର ବିଭିନ୍ନ ଉଦ୍ୟମ ସତ୍ତ୍ୱେ ଭାରତରେ ଏହି ସଂଗଠନର ମୁଖିଆ ହେବାକୁ କେହି ରାଜି ହେଉନାହାନ୍ତି ।
ଗତ ଫେବ୍ରୁଆରୀ ୧୪ରେ ହୋଇଥିବା ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ସେହି ମାସ ୨୬ରେ ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ କରାଯାଇଥିଲା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧପରିସ୍ଥିତି ସୃଷ୍ଟି ହୋଇଥିଲା ।

ସମ୍ବନ୍ଧିତ ଖବର