ବାଲାକୋଟ ଆକ୍ରମଣ ପାକିସ୍ତାନର ଆଚରଣରେ ପରିବର୍ତ୍ତନ ଆଣିବ : ନୌସେନା ମୁଖ୍ୟ

ନୂଆଦିଲ୍ଲୀ : ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ବଦଳାଇଦେଇଛି ବୋଲି କହିଛନ୍ତି ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବା କହିଛନ୍ତି । ସେ କହିଛନ୍ତି ଯେ ଏହି ଏୟାରଷ୍ଟ୍ରାଇକ ପାକିସ୍ତାନର କାର୍ଯ୍ୟକଳାପକୁ ବଦଳାଇଦେଇଛି । ଏହାର ପ୍ରଭାବ ଦୁଇ ଦେଶ ମଧ୍ୟରେ ହେଉଥିବା କଥାବାର୍ତ୍ତା ଉପରେ ମଧ୍ୟ ପଡିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବାଲାକୋଟ ଏୟାରଷ୍ଟ୍ରାଇକ ତିନିବାହିନୀ ମଧ୍ୟରେ ସମନ୍ଵୟ ରଖି କରାଯାଇଥିଲା । ଆରବ ସାଗରରେ ଭାରତୀୟ ନୌସେନା ନିଜର କେତେକ ଯୁଦ୍ଧ ଜାହଜ ମୃତୟନ କରିଥିଲା । ସେପଟେ ସୀମାରେ ସେନା ସତର୍କ ରହିଥିଲା । ଏସବୁ ମଧ୍ୟରେ ବାୟୁସେନା ଅତ୍ୟନ୍ତ ଯୋଜନାବଦ୍ଧ ଭାବରେ ଏୟାରଷ୍ଟ୍ରାଇକ କରିଥିଲା, ଯାହାକି ପାକିସ୍ତାନକୁ ସ୍ତବଧ କରିଦେଇଥିଲା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ଫେବ୍ରୁଆରୀ ୨୬ ରାତିରେ ଭାରତ ପାକିସ୍ତାନର ବାଲାକୋଟରେ ଥିବା ଜୈସ-ଇ-ମହମ୍ମଦ ଆତଙ୍କବାଦୀ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ କରିଥିଲା ।

ଆଡମିରାଲ ସୁନୀଲ ଲାନବା ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ ।

ସମ୍ବନ୍ଧିତ ଖବର