ହାଇଦ୍ରାବାଦ: ମୁଖ୍ୟତଃ ହାଇଦ୍ରାବାଦର ବାଲାପୁର ଅଞ୍ଚଳରେ ଗଣେଶ ପୂଜାରେ ଲଡ଼ୁର ସ୍ୱତନ୍ତ୍ରତା ରହି ଆସିଛି। ରବିବାର ହାଇଦ୍ରାବାଦର ବାଲାପୁର ଗଣେଶଙ୍କ ସବୁଠାରୁ ଲୋକପ୍ରିୟ ୨୧ କିଲୋର ଲଡ୍ଡୁ ୧୮.୯୦ ଲକ୍ଷ ଟଙ୍କାରେ ସର୍ବକାଳିନ ରେକର୍ଡ ସହିତ ନିଲାମ ହୋଇଛି।
ଆନ୍ଧ୍ରପ୍ରଦେଶର ଏମଏଲସି ରମେଶ ଯାଦବ ତେଲେଙ୍ଗାନାର ନାଦରଗୁଲ ନିବାସୀ ବ୍ୟବସାୟୀ ମେରି ଶଶାଙ୍କ ରେଡ୍ଡିଙ୍କ ସହିତ ମିଶି ଏହି ପ୍ରସିଦ୍ଧ ଲଡୁ କିଣିଛନ୍ତି। ଏହି ଲଡୁର ନିଲାମ ୧,୧୧୮ଟଙ୍କାରୁ ଆରମ୍ଭ ହୋଇଥିଲା। ରମେଶ ଯାଦବ ଏହାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ଉପହାରରେ ଦେଇଛନ୍ତି। କୋଲାନୁ ରାମ ରେଡ୍ଡି ଜଣେ ବ୍ୟବସାୟୀ ଓ କୃଷକ ମଧ୍ୟ। ସେ ୨୦୧୯ରେ ୧୭.୬୦ଲକ୍ଷ ଟଙ୍କାରେ ଏହି ଲଡୁକୁ କିଣିଥିଲେ।
ସେ ବି ଚଳିତ ବର୍ଷ ଅନ୍ୟ ଲୋକଙ୍କ ଭଳି ଏହି ନିଲାମରେ ଭାଗ ନେଇଥିଲେ। ଏହି ନିଲାମକୁ ଦେଖିବା ପାଇଁ ରାଜ୍ୟର ଶିକ୍ଷାମନ୍ତ୍ରୀ ପି. ସବିତା ଇନ୍ଦ୍ରା ରେଡ୍ଡି, ପୂର୍ବତନ ବିଧାୟକ ଟି. କୃଷ୍ଣା ରେଡ୍ଡି ଓ ଅନ୍ୟ ରାଜନେତାମାନେ ଉପସ୍ଥିତ ଥିଲେ।
ସର୍ବପ୍ରଥମେ ଏଠାରେ ୧୯୯୪ ମସିହାରେ ଲଡ଼ୁ ନିଲାମ ହେବାର ପକ୍ରିୟା ଆରମ୍ଭ ହୋଇଥିଲା। ସେ ସମୟରେ ୪୫୦ ଟଙ୍କା ଦେଇ ସେ ଅଞ୍ଚଳର କେ.ରାମମୋହନ ରେଡ୍ଡି ଗଣେଶଙ୍କ ଲଡୁ ନିଲାମରେ କିଣିଥିଲେ। ଏହି ଟଙ୍କା ସେହି ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ଖର୍ଚ୍ଚ କରାଯାଇଥିଲା।
ସେହି ଦିନଠାରୁ ପ୍ରତିବର୍ଷ ଏଠାରେ ଗଣେଶଙ୍କର ଲଡୁର ନିଲାମ କରାଯାଇଥାଏ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକ ଏହି ନିଲାମକୁ ଦେଖିବା ସହ ନିଲାମରେ ଅଂଶଗ୍ରହଣ କରିବାକୁ ଆସିଥାନ୍ତି। ପୂରା ରାଜ୍ୟରେ ଏହି ଲଡ଼ୁକୁ ସମସ୍ତେ ଭଗବାନଙ୍କ ଆର୍ଶୀବାଦ ବୋଲି ଗ୍ରହଣ କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Balapur-Ganesh.jpg)