ରେକର୍ଡ ପରିମାଣର ୧୭ ଲକ୍ଷ ୬ ହଜାର ଟଙ୍କାରେ ନିଲାମ ହେଲା ଭଗବାନ ଗଣେଶଙ୍କର ଲଡୁ

ହାଇଦ୍ରାବାଦ: ହାଇଦ୍ରାବାଦରେ ଗତକାଲି ଭଗବାନ ଗଣେଶଙ୍କର ଲଡୁ ୧୭ ଲକ୍ଷ ୬ ହଜାର ଟଙ୍କାରେ ନିଲାମ ହୋଇଛି । ତେଲେଙ୍ଗାନାର ପ୍ରସିଦ୍ଧ ବାଲାପୁରରେ ଆୟୋଜିତ ଗଣେଶଙ୍କ ପୂଜା ପରେ ଭଗବାନ ଗଣେଶଙ୍କ ଲଡୁକୁ ନିଲାମ କରାଯାଇଥିବା ଜଣାଯାଇଛି । ଯେଉଁ ଭକ୍ତ ଗଣେଶଙ୍କ ଏହି ଲଡୁ କିଣିଛନ୍ତି , ତାଙ୍କର ନାମ ହେଲା କୋଲାମ ରାମ ରେଡ୍ଡୀ । ଏତେ ପରିମାଣର ଅର୍ଥରେ ଆଗରୁ କେବେ ବି ଗଣେଶଙ୍କ ଲଡ଼ୁ ନିଲାମ ହୋଇ ନଥିଲା।

ଏଥର ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି କୋଲାମ ରାମ ରେଡ୍ଡୀ । ପୂଜାମଣ୍ଡପରେ ଗଣେଶ ଚତୁର୍ଥୀ ଅବସରରେ ଏହାର ନିଲାମ କରାଯାଇଥିଲା। ଗତ ୧୯୯୪ ମସିହାରୁ ଏଭଳି ଲଡ଼ୁ ନିଲାମର ପ୍ରକ୍ରିୟା ସେଠାରେ ଚାଲୁ ରହିଥିବା ଜଣାଯାଇଛି।

Image result for Hyderabad-The-annual-auction-of-the-famous-Balapur-laddu-of-lord-Ganesh
image source-sify.com

ସୂଚନାଯୋଗ୍ୟ ଚଳିତ ବର୍ଷ ସେପ୍ଟେମ୍ବର ୨ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ ସ୍ଥାନରେ ନିଜସ୍ୱ ଶୈଳୀରେ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମହାରାଷ୍ଟ୍ର ସମେତ ଦେଶର ବହୁ ସ୍ଥାନରେ ଗଣେଶଙ୍କ ପୂଜାକୁ ମହୋତ୍ସବ ଭାବେ ପାଳନ କରାଯାଇଥାଏ । ଅନେକଗୁଡ଼ିଏ ସ୍ଥାନରେ ପୂଜା ୧୦ ଦିନ ଯାଏଁ ପାଳନ ହେଉଥିବା ବେଳେ କିଛି ସ୍ଥାନରେ ୧୦ରୁ ଅଧିକ ଦିନ ପରେ ଭଗବାନ ଗଣେଶଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥାଏ ।

ସମ୍ବନ୍ଧିତ ଖବର