ମୋ ମୁଣ୍ଡ କାଟିଦେଲେ ବି ମୁଁ ଇଡିରେ ହାଜର ହେବିନି, ଦଳ ସହ ରହିବି: ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ପଡ଼ିଥିବା ବ‌େଳେ ପ୍ରବୀଣ ରାଉତ ଏବଂ ପତ୍ରା ଚଲ୍‌ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସମନ୍‌ ଜାରି କରିଛି। ଜେରା ନିମନ୍ତେ ମଙ୍ଗଳବାର ଦିନ ୧୧ଟା ବେଳେ ସେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ ବୋଲି ଉକ୍ତ ସମନ୍‌ରେ ଉଲ୍ଲେଖ ଅଛି। ତେବେ ସମନ ପାଇବା ପରେ ଆସନ୍ତାକାଲି ‌ଇଡିରେ ହାଜର ହେବି ନାହିଁ ବୋଲି କହିଛନ୍ତି ସଞ୍ଜୟ ରାଉତ।

ତାଙ୍କ କହିବା ମୁତାବକ, ମୁଁ ଜାଣିଥିଲି ଇଡି ମୋତେ ସମନ ପଠାଇବ। ହେଲେ ମୁଁ ନଇଁବି ନାହିଁ। ବିଦ୍ରୋହୀ ବିଧାୟକମାନେ ଯାହା କରିଛନ୍ତି ମୁଁ ତାହା କେବେ କରିବି ନାହିଁ। ମୁଁ ଇଡିି ଡରରେ କେବେ ବି ଗୌହାଟୀ ଯିବି ନାହିଁ। ମୁଁ ବାଲାସାହେବଙ୍କ ସଚ୍ଚ‌ା ଶିବ ସୈନିକ ଏବଂ କାଲି ମୁଁ ମୋ ପାର୍ଟି ସହ ରହିବି। ଆସନ୍ତାକାଲି ମୁଁ ଇଡିରେ ହାଜର ହେବି ନାହିଁ। ଏବେ ମୋତେ ମୋ ଦଳକୁ ସମର୍ଥନ କରିବାର ଅଛି। ‌‌ସେଥିପାଇଁ ମୁଁ ଇଡିକୁ ଅଧିକ ସମୟ ମାଗି ହାଜର ହେବା ପ‌ାଇଁ ଅନ୍ୟ ଏକ ତାରିଖ ଦେବା ପାଇଁ ଅନୁରୋଧ କରିବି।

ଏହା ପୂର୍ବରୁ ସମନ୍‌ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଥିଲେ, ପ୍ରବର୍ତ୍ତନ ନିର୍ଦେଶାଳୟ ‘ବିଜେପି’ ପ୍ରତି ପ୍ରକୃତ ଭକ୍ତି ପ୍ରଦର୍ଶନ କରୁଛି। ପୂର୍ବରୁ ‘ଟିମ୍‌ ଠାକ୍‌ରେ’ ମଧ୍ୟ କହି ଆସୁଥିଲା କି, ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ବିଦ୍ରୋହ ହେଉଛି ‘ଇଡି’, ‘ସିବିଆଇ’ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍‌ସିଙ୍କ ଚାପର ପରିଣାମ।

ସମ୍ବନ୍ଧିତ ଖବର