ଲକ୍ଷ୍ନୌ: ଉତ୍ତରପ୍ରଦେଶ ବଲିଆ ଜିଲ୍ଲାର ବୈରିୟା ବିଧାନସଭା ଆସନର ବିଜେପି ବିଧାୟକ ସୁରେନ୍ଦ୍ର ସିଂହଙ୍କ ଉପରେ ଆଜି ବିଜେପି ସଭାପତି ଜେପି ନଡ୍ଡା ବର୍ଷିଛନ୍ତି। ଗତ ସପ୍ତାହରେ ବଲିଆ ଗୁଳିକାଣ୍ଡ ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସିଂହଙ୍କର ଜଣେ ସହଯୋଗୀଙ୍କ ଦ୍ବାରା ଏହି ଗୁଳିକାଣ୍ଡ ହୋଇଥିବା ଅଭିଯୋଗ କରାଯାଉଛି। ତେବେ ବିଧାୟକ ସୁରେନ୍ଦ୍ର ସିଂହ ତାଙ୍କ ସହଯୋଗୀଙ୍କୁ ସମର୍ଥନ କରି ଏକ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ବଲିଆ ଜିଲ୍ଲା ପ୍ରଶାସନକୁ ମୁଁ ଏହା ଅନୁରୋଧ କରିବାକୁ ଚାହୁଛି ଯେ, ମାମଲାରେ ଏକତରଫା ତଦନ୍ତ ନହେବା ଉଚିତ୍। ତେବେ ସୁରେନ୍ଦ୍ର ସିଂହଙ୍କ ଏହି ଟିପ୍ପଣୀ ପାଇଁ ନଡ୍ଡା ତାଙ୍କ ଉପରେ ବର୍ଷିଛନ୍ତି ଏବଂ ତାଙ୍କୁ ଚେତାଇ ଦେଇଛନ୍ତି। ତଦନ୍ତରୁ ସେ ଦୂରେଇ ରହିବା ଉଚିତ୍ ବୋଲି ନଡ୍ଡା କହିଛନ୍ତି। ବିଜେପି ଜାତୀୟ ସଭାପତି ନଡ୍ଡା ଆଜି ବିଜେପିର ଉତ୍ତର ପ୍ରଦେଶ ମୁଖ୍ୟ ସ୍ବତନ୍ତ୍ର ଦେବ ସିଂହଙ୍କ ପାଖରେ ଏହି ଅସନ୍ତୋଷ ପ୍ରକାଶ କରିଛନ୍ତି।
ବଲିଆ ଗୁଳିକାଣ୍ଡ ଘଟଣା, ବିଧାୟକଙ୍କ ଉପରେ ନଡ୍ଡା ଖପ୍ପା
/sambad/media/post_attachments/wp-content/uploads/2020/01/j-p-nada-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)