ମାଫିଆ ଅତିକ ଅହମ୍ମଦ ଏବଂ ଅସରଫଙ୍କ ହତ୍ୟାକୁ ନେଇ ନୂଆ ଖୁଲାସା: ବିଦେଶୀ ସହ ଦେଶୀ ବନ୍ଧୁକରୁ ହୋଇଥିଲା ଗୁଳିମାଡ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ମେଡିକାଲ କଲେଜ ପରିସରରେ ସାମ୍ବାଦିକମାନେ ଅତିକ୍‌କୁ ପ୍ରଶ୍ନ କରୁଥିବା ବେଳେ ଏପ୍ରିଲ ୧୫ରେ ପୁଲିସ ବାହିନୀ ଉପସ୍ଥିତିରେ ୩ ଜଣ ସୁଟର ଗୁଳିମାରି ଅତିକ ଓ ତା’ ଭାଇକୁ ହତ୍ୟା କରିଥିଲେ । ତେବେ ମାଫିଆ ଅତିକ ଅହମ୍ମଦ ଏବଂ ଅସରଫଙ୍କ ହତ୍ୟାକୁ ନେଇ ଏକ ନୂଆ ଖୁଲାସା ହୋଇଛି। ବାସ୍ତବରେ ପ୍ରୟାଗରାଜ ପୁଲିସକୁ ଫରେନସିକ ଲ୍ୟାବର ରିପୋର୍ଟ ମିଳିଛି। ରିପୋର୍ଟ ଅନୁଯାୟୀ, ଅତିକ ଅହମ୍ମଦ ଏବଂ ଅସରଫଙ୍କ ହତ୍ୟାରେ ତୁର୍କୀର ଜିଗାନା ବନ୍ଧୁକ ବ୍ୟତୀତ ଗିରସାନ୍ ପିସ୍ତଲ ମଧ୍ୟ ବ୍ୟବହାର କରାଯାଇଥିଲା।

ଜିଗାନା ଏବଂ ଗିରସାନ୍ ପିସ୍ତଲ ତୁର୍କୀରେ ତିଆରି ହୋଇଥିବାବେଳେ ତେବେ ଜିଗାନା ଏବଂ ଗିରସାନ ବ୍ୟତୀତ ସୁଟରମାନେ ଦେଶୀ ବନ୍ଧୁକ ମଧ୍ୟ ବ୍ୟବହାର କରିଥିଲେ | ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ରର ବାଲିଷ୍ଟିକ୍ ରିପୋର୍ଟ ମଧ୍ୟ ଆସିଛି। ବାଲିଷ୍ଟିକ୍ ରିପୋର୍ଟରୁ ଜଣାପଡିଛି ଯେ ଏହି ତିନୋଟି ପିସ୍ତଲରୁ ଗୁଳି ଚଳାଯାଇଥିଲା |

ଏହି ଘଟଣାରେ ବ୍ୟବହୃତ ଜିଗାନା ପିସ୍ତଲ ସ୍ୱୟଂଚାଳିତ ହୋଇଥିବାବେଳେ ଗିରସାନ୍ ଏକ ସେମି-ଅଟୋମେଟିକ ପିସ୍ତଲ | ଏହା ପୂର୍ବରୁ ସନ୍ଦେହ କରାଯାଉଥିଲା ଯେ କେବଳ ଜିଗାନା ପିସ୍ତଲରୁ ଗୁଳି ଚାଳନା କରାଯାଇଥିଲା | ଉଲ୍ଲେଖ ଥାଉ କି ଜିଗାନା ପିସ୍ତଲରେ ଅନବରତ ୧୫ଟି ଗୁଳି ଚଳାଇହେଉଥିବାବେଳେ ଗିରସାନ ବନ୍ଧୁକରୁ ଏକ ସମୟରେ ୮ ରୁ ୧୦ଟି ଗୁଳି ଚଳାଇହୁଏ | ଉଲ୍ଲେଖ ଥାଉ କି ଜିଗାନା ପିସ୍ତଲରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ତୁର୍କୀରେ ନିର୍ମିତ ଏହି ପିସ୍ତଲର ମୂଲ୍ୟ ପାଞ୍ଚରୁ ଛଅ ଲକ୍ଷ ଟଙ୍କା ହୋଇଥିବାବେଳେ ଏହି ପିସ୍ତଲ ଭାରତରେ ନିଷେଧ | ତେଣୁ ଏହାକୁ ଅନ୍ୟ ଦେଶରୁ ବେଆଇନ ଭାବେ ଭାରତକୁ ଅଣାଯାଏ |

ସମ୍ବନ୍ଧିତ ଖବର