ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଲିଆସ୍ଥିତ ଏକ ଘରୋଇ ନର୍ସିଂ ହେମର ଲିଫ୍ଟରୁ ଜଣେ ବୃଦ୍ଧ ମହିଳାଙ୍କ ମୃତଦେହକୁ ପୁଲିସ ଜବତ କରିଛି। ମୃତକଙ୍କ ପରିଚୟ ମୁନ୍ନି ଦେବୀ(୫୫)ବୋଲି ଜଣାପଡ଼ିଛି। ଉକ୍ତ ମହିଳା ଜଣକ ଦୁଇଦିନ ହେବ ନିଖୋଜ ଥିବା ତାଙ୍କ ପରିବାରଲୋକ ଅଭି‌ଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

Advertisment

ସୂଚନାଯୋଗ୍ୟ, କକରି ଗ୍ରାମରେ ରହୁଥିବ‌ା ଦେବେନ୍ଦ୍ର ବର୍ମାଙ୍କ ସ୍ତ୍ରୀ ମୁନ୍ନି ଦେବୀ ଜାନୁଆରି ୨୩ ତାରିଖରୁ ନିଖୋଜ ହୋଇଯାଇଥିଲେ। ପରିବାରଲୋକ ମୁନ୍ନିଙ୍କୁ ଯେତେ ଖୋଜାଖୋଜି କରିଥିଲେ ହେଁ କୌଣସି ସୂଚନା ମିଳି ନଥିଲା।  ପରିବାରଲୋକ ନିଖୋଜ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରି ମହିଳା କେଉଁକେଉଁ ସ୍ଥାନକୁ ଯାଇଥିଲା ସେଠାକାର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ମାମଲା ରୁଜୁ ହେବାର ଦୁଇଦିନ ପରେ ମହିଳାଙ୍କ ମୃତଦେହକୁ ପୁଲିସ ହସ୍ପିଟାଲର ଲିଫ୍ଟରୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ମୁନ୍ନି ଦେବୀ ତାଙ୍କ ଅନ୍ତସତ୍ତ୍ବା ବୋହୂଙ୍କୁ ଧରି ନର୍ସିଂ ହୋମକୁ ଯାଇଥିଲେ। ହସ୍ପିଟାଲରେ ମୁନ୍ନିଙ୍କ ବୋହୂଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପରେ ମୁନ୍ନି କେଉଁଆଡେ ନିଖୋଜ ହୋଇଯାଇଥିଲେ ଯେ ତାଙ୍କର କୌଣସି ସୂଚନା ମିଳି ନଥିଲା।

ମୁନ୍ନିଙ୍କ ପରିବାରଲୋକ ଅଭିଯୋଗ କରି କହିଛନ୍ତି କି, ‘ଆମେ ହସ୍ପିଟାଲ ପରିଚାଳକଙ୍କୁ ସିସିଟିଭି ଫୁଟେଜ ଦେଖାଇବାକୁ କହି୍ଥିଲୁ। କିନ୍ତୁ ସେମାନେ ଆମ କଥାକୁ ଅଣଦେଖା କରି ଦେଇଥିଲେ। କୌଣସି ପ୍ରକ‌ାର ସାହାଯ୍ୟ କରି ନଥିଲେ’