ଇସଲାମାବାଦ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ୧୦୦ ବର୍ଷ ପୂରଣ ଅବସରରେ ସଙ୍ଗଠନର ମୁଖ୍ୟ ମୋହନ ଭାଗବତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ନେତା ଅଭିନନ୍ଦନ ଜଣାଇଥିଲେ।  ଏଥିସହିତ ବେଲୁଚିସ୍ତାନକୁ ପାକିସ୍ତାନରୁ ଏକ ପୃଥକ ଦେଶ ଭାବରେ ଗଠନ କରିବାକୁ ଦାବି କରିଥିବା ନେତା ମୀର ୟାର ବଲୁଚ ଆରଏସଏସର ୧୦୦ ବର୍ଷ ପୂରଣ କରିବାକୁ ନେଇ ଅଭିନନ୍ଦନ ଜଣାଇଛନ୍ତି। 

Advertisment

ମୀର ୟାର ବଲୁଚ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଆରଏସଏସର ୧୦୦ତମ ବାର୍ଷିକୀରେ ସମ୍ମାନ ଏବଂ ଏକତାର ଶୁଭେଚ୍ଛା ଜଣାଉଛି। ୨୦୨୫ ଅକ୍ଟୋବର ୨ରେ ଏହି ଐତିହାସିକ ଅବସରରେ ଆମେ ଆରଏସଏସର ପ୍ରତିଷ୍ଠାତା, ନେତୃତ୍ୱ ଏବଂ ପ୍ରତ୍ୟେକ ସଦସ୍ୟଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛୁ। ଆରଏସଏସରର କାର୍ଯ୍ୟ ନୀତି ନିସ୍ୱାର୍ଥପରତାର ସର୍ବଦା ଆତ୍ମାକୁ ପ୍ରେରଣା ଦେଇଥାଏ।"