ଇସଲାମାବାଦ: ପାକିସ୍ତାନର ପୂର୍ବତନ କାମଚଳା ପ୍ରଧାନମନ୍ତ୍ରୀ ଅନୱର-ଉଲ-ହକ୍ କକରଙ୍କୁ ବଲୁଚ୍ ଲୋକଙ୍କ ପକ୍ଷରୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ବଲୁଚ୍ ଲୋକମାନେ ନରୱେର ଓସଲୋରେ କକରଙ୍କୁ ଅଟକାଇବା ସହ ବଲୁଚିସ୍ତାନରେ ପାକିସ୍ତାନୀ ସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରିଥିଲେ। ବଲୁଚିସ୍ତାନ ପ୍ରତିବାଦକାରୀମାନେ କକରଙ୍କୁ ବଲୁଚିସ୍ତାନର ହତ୍ୟାକାରୀ ଓ ସେନାର ଏକ ମୋହରା ବୋଲି କହି ନିନ୍ଦା କରିଥିଲେ।

Advertisment

ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ନେତା ମୀର ୟାର ଇନଷ୍ଟାଗ୍ରାମରେ କକରଙ୍କ ଏକ ଭିଡିଓ ସେୟାର କରିଥିଲେ। ଏଥିରେ କିଛି ଲୋକ କକରଙ୍କୁ ଗାଳି ଦେଉଥିବାର ଶୁଣିବାକୁ ମିଳିଥିଲା। ଭଡିଓ ସେୟାର କରି ମୀର ୟାର ଲେଖିଛନ୍ତି, ଗଣତାନ୍ତ୍ରିକ ଓ ଆଇନଗତ ଉପାୟରେ, ଆମର ବେଲୁଚ୍ ପ୍ରତିନିଧିମାନେ ୟୁରୋପ ଏବଂ ବିଶ୍ୱରେ, ପାକିସ୍ତାନର ଦମନମୂଳକ ନୀତି, ଯୁଦ୍ଧ ଅପରାଧ, ବଲୁଚମାନଙ୍କ ନରସଂହାର ଓ ବଲୁଚ୍ ଜାତି ବିରୁଦ୍ଧରେ ଅନ୍ୟାୟକୁ ପ୍ରକାଶ କରିଛନ୍ତି। ଏହି ସମାନ କାମ ଓସଲୋରେ ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିଲା। ତେଣୁ ଆମେ ଅନୁରୋଧ କରୁଛୁ, ନରଜୱେ ସରକାର ଓ ବିଶ୍ବ ସମୁଦାୟ ଆମ ପ୍ରତି ହେଉଥିବା ଅନ୍ୟାୟକୁ ଗୁରୁତର ସହ ନେଉ।