ଯେତେ ଚେଷ୍ଟା କଲେ ବି ଟିକଟକ ଆଉ ଫେରିପାରିବନି: ରିପୋର୍ଟ

ନୂଆଦିଲ୍ଲୀ: ଗତବର୍ଷ ଭାରତ ସରକାର ଶତାଧିକ ଚୀନ ନିର୍ମିତ ଆପକୁ ବ୍ୟାନ କରିଥିଲେ | ଏଥିରେ ଲୋକପ୍ରିୟ ଆପ ଟିକଟକ ଓ ପବଜି ମଧ୍ୟ ସାମିଲ ଥିଲେ | ତେବେ ଟିକଟକ ପୁଣି ଥରେ ଭାରତକୁ ଫେରିବା ପାଇଁ ପ୍ରଚେଷ୍ଟା ଚଳାଇଥିଲେ ବି ଏବେ ଏମିତି କିଛି ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଟିକଟକ ଆଉ ଫେରିବନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି | ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଟିକଟକ, ଉଇଚାଟ ଓ ୟୁସି ବ୍ରାଉଜର ଭଳି ୫୯ଟି ଚାଇନିଜ ଆପ ଉପରେ ସବୁଦିନ ପାଇଁ ବ୍ୟାନ ଲଗାଇଦିଆଯାଇଛି |

ସରକାର ଏହି ସବୁ ଆପ ଉପରେ ଗତବର୍ଷ ଜୁନ ମାସରେ ଅସ୍ଥାୟୀ ଭାବରେ ବ୍ୟାନ ଲଗାଇଥିଲେ | ଆଉ ଏହା ପରେ ଏହି ସବୁ ଆପ୍ସକୁ ୟୁଜର ଡାଟା କଲେକ୍ସନକୁ ନେଇ ତଥ୍ୟ ମାଗିଥିଲେ | ତେବେ ଟିକଟକ ପକ୍ଷରୁ ଦିଆଯାଇଥିବା ରିପୋର୍ଟକୁ ନେଇ ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେଶନ ଟେକ୍ନୋଲୋଜି ମନ୍ତ୍ରାଳୟ ସନ୍ତୁଷ୍ଟ ନାହିଁ | ଆଉ ସେଥିପାଇଁ ସବୁଦିନ ପାଇଁ ଏହି ଆପ ଉପରେ ବ୍ୟାନ ଲଗାଇଦିଆଯାଇଛି | ସୂଚନା ଥାଉ କି ଭାରତ ସରକାର ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଆପ୍ସ ଉପରେ ବ୍ୟାନ ଲଗାଇଛନ୍ତି |

ଯେଉଁଥିରେ ପବଜି ଗେମ ମଧ୍ୟ ରହିଛି | ପବଜି ଏବେ ଭାରତକୁ ପୁଣି ଫେରିବାକୁ ପ୍ରଚେଷ୍ଟା ଚଳାଇଥିବାବେଳେ ଗତ ନଭେମ୍ବର ମାସରେ କେବଳ ଭାରତ ପାଇଁ ପବଜି ମୋବାଇଲ ଇଣ୍ଡିଆ ନାମରେ ଆପ ଲଞ୍ଚ କରିବାକୁ କହିଥିଲା | କିନ୍ତୁ ଆରଟିଆଇରୁ ମିଳିଥିବା ସୂଚନା ମୁତାବକ ଭାରତ ସରକାର ପବଜି ମୋବାଇଲ ଇଣ୍ଡିଆ ଆପକୁ ଅନୁମତି ଦେଇନାହାନ୍ତି |

ସମ୍ବନ୍ଧିତ ଖବର