ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରେ ପ୍ରତିଶୋଧମୂଳକ କାର୍ଯ୍ୟ ଭାବେ କେତୋଟି ପାକିସ୍ତାନୀ ଚ୍ୟାନେଲ୍ ଓ ସୋସିଆଲ୍ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇଥିଲା ଭାରତ। ତେବେ ସେଗୁଡ଼ିକୁ ଏବେ ପୁଣି ଥରେ ସକ୍ରିୟ ହୋଇଥିବାର ଦେଖିବାକୁ ମିଳିଛି।
‘ଅପରେସନ ସିନ୍ଦୂର’ର ଏକ ଅଂଶ ଭାବରେ ପ୍ରତିବନ୍ଧିତ ହୋଇଥିବା ସେଲିବ୍ରିଟିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଓ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ପୁଣି ଥରେ ଦେଖାଯାଇଛି, ଯାହା ସୂଚାଉଛି ଯେ ପ୍ରତିବନ୍ଧକ ହଟାଇ ଦିଆଯାଇଛି। ତଥାପି, ସରକାରଙ୍କ ଦ୍ୱାରା ଏପର୍ଯ୍ୟନ୍ତ ପ୍ରତିବନ୍ଧକ ହଟାଇବା ନେଇ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।
ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ହୋଇଥିବା ଆକ୍ରମଣକୁ ବିରୋଧ କରିବା ପାଇଁ ସରକାରଙ୍କ ଦ୍ୱାରା ପ୍ରତିବନ୍ଧିତ ହୋଇଥିବା ସବା କ୍ବାମାର, ମାୱରା ହୋକାନ, ଆହଦ ରାଜା ମୀର, ହାନିଆ ଆମିର, ୟୁମନା ଜୈଦି ଏବଂ ଦାନିଶ ତୈମୁର ସମେତ ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସେଗୁଡ଼ିକ ବୁଧବାର ଦିନ ଭାରତରେ ପୁଣି ଥରେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/02/new-project-8-2025-07-02-19-52-43.jpg)