‘କେଦାରନାଥ୍‌’ର ପ୍ରଦର୍ଶନ ଉପରେ ରୋକ୍‌ ଲଗାଇଲେ ଉତ୍ତରାଖଣ୍ଡ ସରକାର

ମୁମ୍ବାଇ: :କେବଳ ଗୋଟିଏ ରାଜ୍ୟକୁ ଛାଡି ଅନ୍ୟ ସବୁ ରାଜ୍ୟରେ ଆଜି ( ଡିସେମ୍ବର ୭ ତାରିଖରେ) ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କେଦାରନାଥ୍‌’ ରିଲିଜ୍‌ ହୋଇଛି । ଏହି ସିନେମାର ପ୍ରଦର୍ଶନଉପରେ ଉତ୍ତରାଖଣ୍ଡ ସରକାର ରୋକ୍‌ ଲଗାଇଛନ୍ତି। ଉତ୍ତରାଖଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ତାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ‘କେଦାରନାଥ୍‌’ ସିନେମାକୁ ରାଜ୍ୟରେ ରିଲିଜ୍‌ ନ କରିବା ସପକ୍ଷରେ ମତ ଦେଇଥିଲେ। ଏହା ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବାପରେ ଏଭଳି ନିଷ୍ପତ୍ତ ନିଆଯାଇଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ । ଏହାଛଡ଼ା ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷାଲାଗି ଜିଲ୍ଲାପାଳମାନଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ ଫିଲ୍ମ ଉପରେ ରୋକ୍‌ ଲଗାଇବାକୁ ମନା କରିଥିଲେ।
ଏହି ସିନେମାରେ ସୁଶାନ୍ତ ସିଂହ ରାଜପୁତ ଏବଂ ସାରା ଅଲ୍ଲୀ ଖାନ୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର କାହାଣୀ ଜଣେ ହିନ୍ଦୁ ଯୁବତୀ ଓ ମୁସଲମାନ ଯୁବକର ପ୍ରେମ କାହାଣୀ ଉପରେ ଆଧାରିତ। ତେବେ ‘କେଦାରନାଥ’ରିଲିଜ୍‌ ହେବା ଆଗରୁ ବିବାଦରେ ଫସି ଥିଲା ।


ପ୍ରଥମେ ଭାରତୀୟ ଜନତା ପାର୍ଟି ଓ ଏବେ ବିଶ୍ୱ ହିନ୍ଦୁ ପରିଷଧ ‘କେଦାରନାଥ୍‌’ ଫିଲ୍ମରେ ହିନ୍ଦୁ-ମୁସଲିମ୍‌ ନାୟକ-ନାୟିକାଙ୍କ କିସିଂ ସିନ୍‌କୁ ନେଇ ହଙ୍ଗାମା କରିଥିଲେି। ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଥିଲେ ଯେ ‘କେଦାରନାଥ୍‌’ ଫିଲ୍ମରେ ହିନ୍ଦୁମାନଙ୍କର ଆସ୍ଥା ଓ ଧାର୍ମିକ ଭାବନା ଉପରେ କୁଠାରଘାତ କରାଯାଇଛି।

ସମ୍ବନ୍ଧିତ ଖବର