ଆପଣଙ୍କ ଘରେ ଲାଗିଥିବା ୱାଟର୍ ପ୍ୟୁରିଫାୟର ଉପରେ ଲାଗିପାରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆରଓ ପ୍ୟୁରିଫାୟାର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ଗ୍ରୀନ୍ ଟ୍ରିବ୍ୟୁନାଲ୍ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଟ୍ରିବ୍ୟୁନାଲ୍ କହିଛନ୍ତି ଯେ ଯେଉଁଠାରେ ପାଣି ବେଶୀ ଖାରିଆ ଲାଗୁ ନ ଥିବ ସେଠାରେ ଏହି ପ୍ୟୁରିଫାୟର୍ ଉପରେ ପ୍ରତିବନ୍ଧକ ଲଗାଯାଉ |

ଯେଉଁଠାରେ ପାଣିରେ ଟିଡିଏସର ମାତ୍ରା ଲିଟର ପ୍ରତି ୫୦୦ ମିଲିଗ୍ରାମ୍ ତଳେ ଥିବା ସେଠାରେ ଏହିଭଳି ପ୍ୟୁରିଫାୟର୍ ନ ଲାଗାଇବାକୁ ସରକାରଙ୍କୁ ତାଗିଦ କରିଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ୍ | ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏନଜିଟି ପକ୍ଷରୁ କୁହାଯାଇଛି ଯେ ଲିଟର ପିଛା ପାଣିରେ ୫୦୦ ଏମଜି କ୍ଷାର ନ ଥିଲେ ଆରଓ (ରିଭର୍ସ ଅସମସିସ) କାମ କରି ନ ଥାଏ | ବରଂ ଆରଓ ପାଣିରେ ଥିବା ଗୁରୁତ୍ବପୂର୍ଣ୍ଣ ଉପାଦାନକୁ ନଷ୍ଟ କରିଦେଇଥାଏ | ଏହା ସହ ପାଣିକୁ ନଷ୍ଟ ମଧ୍ୟ କରିଦେଇଥାଏ |

ଅକାର୍ବ ନ ଥିବା ଲବଣ ସହ କାର୍ବନ୍ ଥିବା ଲବଣ ମିଶି କରି ଟିଡିଏସ୍ ହୋଇଥାଏ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ତଥ୍ୟ ମୁତାବକ ପ୍ରତି ଲିଟର ପାଣିରେ ୩୦୦ ମିଲିଗ୍ରାମ୍ ତଳକୁ ଏହି ଟିଡିଏସ୍ ରହିବା ଆବଶ୍ୟକ | ଯେତେବେଳେ ଏହି ଟିଡିଏସ୍ ୯୦୦ ମିଲିଗ୍ରାମ୍ ହୋଇଥାଏ, ଏହି ପାଣି ଖରାପ ହୋଇଥାଏ | ସେହିପରି ୧୨୦୦ ମିଲିଗ୍ରାମ୍ ଟିଡିଏସ୍ ଥିଲେ ଏହି ପାଣିକୁ ବର୍ଜନ କରିବା ଆବଶ୍ୟକ | ଆରଓ ପ୍ରକ୍ରିୟାରେ ପାଣିରେ ଥିବା ଅଶୁଦ୍ଧ ପଦାର୍ଥକୁ ବିଶୁଦ୍ଧ କରାଯାଇଥାଏ |

ସମ୍ବନ୍ଧିତ ଖବର