ଭାରତର ବଡ଼ କଦଳୀ, ଆମର ଛୋଟ କଦଳୀ! ଟିଭି ସୋ’ରେ କିଛି ଏଭଳି କହିବାରୁ ଠୋ ଠୋ ହସିଲେ ନ୍ୟୁଜ ଆଙ୍କର

ଲାହୋର: କାହା କଦଳୀ ବଡ? ଭାରତର ନା ପାକିସ୍ତାନର? ପାକିସ୍ତାନ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହୋଇଥିବା କଦଳୀକୁ ନେଇ ଭିଡିଓ ଭାଇରାଲ ହେବାରେ ଲାଗିଛି | ଭିଡିଓରେ, ଜଣେ ପାକିସ୍ତାନୀ ମହିଳା ନ୍ୟୁଜ୍ ଆଙ୍କର୍ ଏପରି କିଛି କରୁଛନ୍ତି ଯାହାକୁ ଦେଖିବା ପରେ ଆପଣ ବି ନିଜ ହସ ବନ୍ଦ କରିପାରିବେ ନାହିଁ | ମହିଳା ନ୍ୟୁଜ୍ ଆଙ୍କର, ସୋ’ରେ ପାକିସ୍ତାନର ବିକାଶ ବାବଦରେ ଆଲୋଚନା କରୁଛନ୍ତି । ଆଉ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଆସିଥିବା ଅତିଥି ପାକିସ୍ତାନ ଏବଂ ଭାରତର କଦଳୀ ଆକାରକୁ ତୁଳନା କରିଛନ୍ତି | ଆଉ ଏହି ତୁଳନାତ୍ମକ ତଥ୍ୟକୁ ଶୁଣି ନ୍ୟୁଜ ଆଙ୍କର ଜୋରରେ ହସୁଛନ୍ତି | ମିଳିଥିବା ସୂଚନା ମୁତାବକ ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲରେ ବିକାଶ ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରାଯାଉଥିଲା |

ନ୍ୟୁଜ୍ ଆଙ୍କର୍ ଆଲଭିନା ଆଗା ଏହି ଶୋ’ରେ ଅତିଥି ଖ୍ୱାଜା ନାଭିଦ୍ ଅହମ୍ମଦଙ୍କ ସହ ପାକିସ୍ତାନର ବିକାଶ ସମସ୍ୟା ଉପରେ ଆଲୋଚନା କରୁଥିଲେ । ଏହି ସମୟରେ ନାଭିଦ୍ ଉଭୟ ଦେଶର ବିଭିନ୍ନ ପ୍ରକାରର କଦଳୀର ଆକାର ବିଷୟରେ କହିଛନ୍ତି | ଖ୍ୱାଜା ନାଭିଦ୍ ଅହମ୍ମଦ ପ୍ରଥମେ ମୁମ୍ବାଇରେ କଦଳୀର ଆକାର ବାବଦରେ କହିଛନ୍ତି, ଏହା ପରେ ବାଂଲାଦେଶର ଢାକା କଦଳୀ ସହ ପାକିସ୍ତାନର ସିନ୍ଧ ପ୍ରଦେଶରେ ଥିବା କଦଳୀକୁ ତୁଳନା କରିଛନ୍ତି ।


ସେ କହିଛନ୍ତି, ‘ପାକିସ୍ତାନର ସିନ୍ଧରେ ପ୍ରବଳ କଦଳୀ ଚାଷ ହେଉଛି, କିନ୍ତୁ ଏଠାକାର ଚାଷୀ ଯଦି ଆଉ ଟିକେ ଚେଷ୍ଟା କରନ୍ତେ ଓ ଗବେଷଣା କରନ୍ତେ, ତେବେ ମୁମ୍ବାଇରେ ମିଳୁଥିବା ପାପୁଲି ଆକାରର କଦଳୀ ଫଳାଇପାରନ୍ତେ | ମୁମ୍ବାଇରେ ମିଳୁଥିବା କଦଳୀ ଏତେ ସ୍ୱାଦିଷ୍ଟ ଯେ ଏକ କୋଠରୀରେ ୬ଟି କଦଳୀ ରହିଲେ ସୁଗନ୍ଧ ବ୍ୟାପିଥାଏ। ଠିକ୍ ସେହିପରି, ଢାକାର କଦଳୀ ବି ଆକାରରେ ବଡ଼ | କିନ୍ତୁ ସିନ୍ଧ ପ୍ରଦେଶରେ ଚାଷ ହେଉଥିବା କଦଳୀ ଆଙ୍ଗୁଠି ଆକୃତିର ବୋଲି ସେ କହିଛନ୍ତି | ଏହା ଶୁଣି ନ୍ୟୁଜ ଆଙ୍କର ଠୋ ଠୋ ହୋଇ ହସିଥିଲେ |

ସମ୍ବନ୍ଧିତ ଖବର