ନୂଆଦିଲ୍ଲୀ: ଉତ୍ତରପ୍ର‌ଦେଶର ବାନ୍ଦାରେ ମିସନ ଶକ୍ତି ଅଭିଯାନ ଚାଲୁଛି।  ଜୁନ ୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଧାରରେ ଦୁଇଜଣ ଛାତ୍ରୀଙ୍କୁ ଭିନ୍ନଭିନ୍ନ ଥାନାରେ ପୁଲିସ ଅଧିକାରୀ କରାଯାଇଥିଲା। ଏ ଦୁଇଛାତ୍ରୀଙ୍କ ନାମ ହେଉଛି ରୁଚି ସୋନି ଓ କୋମଲ।

Advertisment

ଛାତ୍ରୀ ରୁଚି ଏସପି ଅଭିନନ୍ଦନଙ୍କ ସମ୍ମୁଖରେ ଥାନାକୁ ଆସି ଅଭିଯୋଗ ଶୁଣି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଏଥିସହିତ ଦୁଇଛାତ୍ରୀ  ରୁଚି ଓ କୋମଲ ମହିଳା ଅପରାଧରୁ ରକ୍ଷା ପାଇବା ପାଇଁ ମହିଳା ଓ ଗ୍ରାମବାସୀଙ୍କୁ ଜରୁରୀ ସୂଚନା ମଧ୍ୟ ଦେଇଥିଲେ। ମହିଳାମାନଙ୍କୁ ଅପରାଧକୁ ଭୟ କରିବା ଆବଶ୍ୟକ ନୁହେଁ ବରଂ ଏହାର ମୁକାବିଲା କରିବାକୁ ହେବ ବୋଲି ବୁଝାଇ କହିଥିଲେ ରୁଚି ଓ କୋମଲ।

ରୁଚି ଥାନାରେ ପହଞ୍ଚିବା ପରେ ତାଙ୍କୁ ଏସପି ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ଏହା‌ପରେ ରୁଚି ଥାନା ନୀରିକ୍ଷଣ କରି କର୍ମଚାରୀଙ୍କୁ କିଛି ସୂଚନା ଦେବା ପରେ ଅଭିଯୋଗ ଖାତା ଦେଖିଥିଲେ। ଥାନାକୁ ଆସିଥିବା କିଛି ଅଭିଯୋଗର ସମାଧାନ କରିବା ସହିତ ତିନି/ଚାରିଟି ଘଟଣାର ସମାଧାନ ପାଇଁ ଥାନାରୁ ଟିମ ପଠାଇଥିଲେ।

ଦ୍ବିତୀୟ ଛାତ୍ରୀ କୋମଲ ବି ଏମିତି କିଛି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ଦୁଇଛାତ୍ରୀଙ୍କ କାମକୁ ଥାନାରେ ପ୍ରଶଂସା କରାଯାଉଛି। ମିସନ ଶକ୍ତି ଅଭିଯାନ ଜୁନ ୧ରୁ ୨୬ ପର୍ଯ୍ୟନ୍ତ ଚାଲୁ ରହିବ।