ବାନ୍ଦା: ଖଣ୍ଡିଏ ଜମି ପାଇଁ ରକ୍ତ ବି ହୁଏ ପର। ଜମି ପାଇଁ ମହାଭାରତ, ଜମି ପାଇଁ କଳିଯୁଗର ଅଧାରୁ ଅଧିକ ଗଣ୍ଡଗୋଳ। ଏଇ କଥାଟି ବାରମ୍ବାର ପ୍ରମାଣିତ ହୋଇଚାଲିଛି। ଉତ୍ତର ପ୍ରଦେଶର ବାନ୍ଦାରେ ଯେଉଁଭଳି ଭାବେ ଏକ ଘଟଣା ଘଟିଛି, ତାହା ସଭିଙ୍କୁ ଚକିତ କରିଛି। ଘଟଣାଟି ହେଉଛି ବାବେରୁର ଗୌରୀ ଖାନପୁର ଗାଁର। ଯେଉଁଠାରେ ଗୋଟିଏ ଫୁଟ ଜମିକୁ ନେଇ ଏକ ବିରାଟ କାଣ୍ଡ ଘଟିଯାଇଛି। ମାତ୍ର ୧ ଫୁଟ୍ ଜମି ପାଇଁ ଏକ ପରିବାର ମିଶି କରି ଘରର ବଡ଼ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ବଡ଼ ପୁଅ ରାମଖେଲୱାନଙ୍କୁ ତାଙ୍କ ନିଜ ବାପାମାଆ, ସାନ ଭାଇ ଏବଂ ଭଉଣୀ ବାଡ଼ିରେ ପିଟି ହତ୍ୟା କରିଥିବା ଅଭିଯୋଗ ଆସିଛି। ଜମି ହଡ଼ପ ବିଭାଜନ ପରେ ଉପୁଜିଥିବା କଳହ ଏହି ହତ୍ୟାର କାରଣ ବୋଲି ସନ୍ଦେହ କରାଯାଉଛି।
ମୃତକଙ୍କ ପତ୍ନୀ ଆରତୀଙ୍କ ଅଭିଯୋଗ ଅନୁଯାୟୀ, ନବରାତ୍ରି ସମୟରେ ପରିବାର ବିଭାଜିତ ହୋଇସାରିଥିଲା। ସେତେବେଳେ ରାମଖେଲୱାନ ତାଙ୍କ ଭାଗରେ ଘର ନିର୍ମାଣ କରୁଥିଲେ। ସେହି ସମୟରେ ତାଙ୍କ ବାପା ଭୋଳା ଯାଦବ, ମାଆ, ସୁନିତା, ଭାଇ ଦୀପକ ଏବଂ ଭଉଣୀ ଚନ୍ଦ୍ରକାନ୍ତ ହଙ୍ଗାମା ସୃଷ୍ଟି କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ରାମଖେଲୱାନ ଅଧିକ ୧ ଫୁଟ ମାଡ଼ି ବସି ଘର କରୁଛନ୍ତି।
ଏହି ସାମାନ୍ୟ କଥା ତୁରନ୍ତ ମାରାତ୍ମକ ହିଂସାରେ ପରିଣତ ହେଲା। ପରିବାରର ଚାରି ଜଣ ସଦସ୍ୟ ମିଶି ରାମଖେଲୱାନଙ୍କୁ ଆକ୍ରମଣ କଲେ ଏବଂ ତାଙ୍କୁ ରକ୍ତାକ୍ତ ହେବା ପର୍ଯ୍ୟନ୍ତ ପିଟିଲେ। ପତ୍ନୀଙ୍କ ଅଭିଯୋଗ ହେଉଛି ଯେ ସେମାନେ ପୂର୍ବରୁ ହିଁ ତାଙ୍କୁ ବିଧବା ହେବା ପାଇଁ ଧମକ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/09/untitled-36-2025-10-09-19-44-11.jpg)