ନୂଆଦିଲ୍ଲୀ: ୨୦୧୯ ଫେବ୍ରୁଆରି ୨୬ ତାରିଖ ପାହାନ୍ତା ୩:୪୫ରେ ବାଲାକୋଟ୍ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ଙ୍କ ପାଖକୁ ଫୋନରେ ବାର୍ତ୍ତା ଆସିଲା- ମାଙ୍କଡ଼ ମରା ହେଲା।
ସ୍ୱତନ୍ତ୍ର ‘ଆର୍ଏଏକ୍ସ’ ନମ୍ବରରେ ଡୋଭାଲ୍ଙ୍କ ପାଖକୁ ଏହି କଲ୍ କରିଥିଲେ ତତ୍କାଳୀନ ବାୟୁସେନା ମୁଖ୍ୟ ବିଏସ୍ ଧାନ୍ଓ୍ଵା। ‘ଆର୍ଏଏକ୍ସ’ ହେଉଛି ଅତି ସୁରକ୍ଷିତ ଫିକ୍ସଡ୍-ଲାଇନ୍ ନେଟ୍ଓ୍ଵାର୍କ।
ଧାନ୍ଓ୍ଵା ହୀନ୍ଦି ଭାଷାରେ କହିଥିଲେ- ‘ବନ୍ଦର୍ ମାରା ଗୟା’।
ଏହି ବାର୍ତ୍ତାର ଅର୍ଥ, ସୀମାପାରି ଦୁଃସାହସିକ ପ୍ରାକ୍-ପାହାନ୍ତି ଅଭିଯାନରେ ଭାରତୀୟ ଲଢୁଆ ବିମାନଗୁଡ଼ିକ ପାକିସ୍ତାନର ଅରଣ୍ୟାଞ୍ଚଳର ବାଲାକୋଟ୍ରେ ଥିବା ‘ଜୈଶ୍-ଏ-ମହମ୍ମଦ୍’ ଆତଙ୍କବାଦୀ ତାଲିମ ଶିବିର ଧ୍ୱଂସ କରି ଦେଇଛନ୍ତି।
Image Courtesy of Hindustan Timesଏହାପରେ ଧାଓ୍ଵନ୍ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗବେଷଣା ଓ ଅନୁଶୀଳନ ବିଭାଗର ସଚିବ ଅନୀଲ ଧସମାନାଙ୍କ ପାଖକୁ ମଧ୍ୟ ଏହି ଭଳି ଫୋନ୍ କଲ୍ କରିଥିଲେ।
ଏହାପରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଡୋଭାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକଥା ଜଣାଇଥିଲେ।
Image Courtesy of Hindustanବାଲାକୋଟ୍ ବିମାନ ଆକ୍ରମଣ ସହ ସମ୍ପୃକ୍ତ ଶୀର୍ଷ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କହିଛନ୍ତି ଯେ, ପାକିସ୍ତାନୀ ଗୁଇନ୍ଦାଙ୍କୁ ବିଭ୍ରାନ୍ତ କରିବା ଲାଗି ଜାଣିଶୁଣି ଅଭିଯାନର ସାଙ୍କେତିକ ନାମ ବା ‘କୋଡ୍ ନେମ୍’ ‘ବନ୍ଦର୍’ ରଖାଯାଇଥିଲା। ଭାରତୀୟ ଅଭିଯାନକାରୀମାନେ ଭାବିଥିଲେ ଯେ, ଏହି ସାଙ୍କେତିକ ନାମ ପାକିସ୍ତାନୀ ଗୁଇନ୍ଦାମାନେ ଭାଓ୍ଵଲ୍ପୁରସ୍ଥିତ ‘ଜୈଶ୍-ଏ-ମହମ୍ମଦ୍’ର ମୁଖ୍ୟାଳୟ ପରିସରରେ ଅସୁସ୍ଥ ଥିବା ଆତଙ୍କବାଦୀ ମୁଖ୍ୟ ମାସୁଦ ଆଝାରଙ୍କ ସହ ସମ୍ପୃକ୍ତ ବୋଲି ଭାବିବେ।
୨୦୧୯ ଫେବ୍ରୁଆରି ୧୪ ତାରିଖରେ ପୁଲ୍ଓ୍ଵାମାରେ ଜୈଶ୍-ଏ-ମହମ୍ମଦ୍ ପରିକଳ୍ପିତ ଆତ୍ମଘାତୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତ ବାଲାକୋଟ୍ ବିମାନ ଆକ୍ରମଣ କରିଥିଲା। ପୁଲ୍ଓ୍ଵାମା ଆତ୍ମଘାତୀ ବୋମା ବିସ୍ଫୋରଣରେ ୪୦ଜଣ ‘ସିଆର୍ପିଏଫ୍’ ଯବାନ ସହିଦ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Fighter-Jet-Attacks_Thumbnail.jpg)