ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଥିବା ପ୍ରସିଦ୍ଧ ତୀର୍ଥସ୍ଥଳୀ ମା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆଗ୍ରହୀ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଖୁସି ଖବର ଆଣିପାରନ୍ତି | ଚର୍ଚ୍ଚା ହେଉଛି ଦିଲ୍ଲୀ ବାରଣାସୀ ରୁଟ ପରେ ଏଣିକି ଦିଲ୍ଲୀ -କଟରା ମଧ୍ୟରେ ଖୁବଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ ହୋଇପାରେ | ମିଳିଥିବା ସୂଚନା ମୁତାବକ ଆସନ୍ତା ଅଗଷ୍ଟ ମାସରୁ ଏହି ଟ୍ରେନ ଚଳାଚଳ ଆରମ୍ଭ ହୋଇପାରେ |

Advertisment

ଦିଲ୍ଲୀ -କଟରା ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହକୁ ତିନିଦିନ ଚାଲିବାକୁ ଥିବାବେଳେ ବର୍ତ୍ତମାନ ୧୨ ଘଣ୍ଟା ସମୟ ଲାଗୁଛି | କିନ୍ତୁ ଏହି ଟ୍ରେନ ୮ ଘଣ୍ଟାରେ ଦୂରତା ଅତିକ୍ରମ କରିବ ବୋଲି ଜଣାପଡିଛି |

publive-image Latestly

ଯାହାଫଳରେ ତୀର୍ଥଯାତ୍ରୀଙ୍କ ୪ ଘଣ୍ଟା ସମୟ ସଂଚୟ ହେବ ବୋଲି ଜଣାପଡିଛି | ଏଠାରେ ସୂଚନା ଥାଉ କି ଦିଲ୍ଲୀ -କଟରା ରୁଟ ଦେଶର ଏକ ବ୍ୟସ୍ତ ରେଲୱେ ରୁଟ ହୋଇଥିବାବେଳେ ଦିଲ୍ଲୀରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥାନ୍ତି |