ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସିକନ୍ଦରାବାଦ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍କୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ମକର ସଂକ୍ରାନ୍ତି-ପୋଙ୍ଗଲ ପର୍ବ ଅବସରରେ ପ୍ରାୟ ସମାନ ପ୍ରକାର ସଂସ୍କୃତି-ସମ୍ପନ୍ନ ଦୁଇ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଏହି ଉପହାର ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଦୁଇ ରାଜ୍ୟର ସଂସ୍କୃତି ଓ ସମ୍ପର୍କର ସେତୁ ପରି କାର୍ଯ୍ୟ କରିବ। ଏହାପରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରି ସେ ଆନନ୍ଦିତ। ଏହା ଜୀବନଯାତ୍ରାକୁ ସହଜ କରିବ, ପର୍ଯ୍ୟଟନକୁ ଉତ୍ସାହିତ କରିବ ଏବଂ ଅର୍ଥନୀତି ପ୍ରତି ଲାଭପ୍ରଦ ହେବ। ଏହି ୮ମ ବନ୍ଦେ ଭାରତ ଏକ୍ସପ୍ରେସ୍ ୮ ଘଣ୍ଟାରେ ତେଲେଙ୍ଗାନାର ସିକନ୍ଦରାବାଦରୁ ଯାଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପହଞ୍ଚିବ। ଏହି ଟ୍ରେନ୍ରେ ଯାତ୍ରୀମାନଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଚାଲିଲା ସିକନ୍ଦରାବାଦ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍
/sambad/media/post_attachments/wp-content/uploads/2023/01/bha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)