ନୂଆଦିଲ୍ଲୀ: ବ୍ୟାଙ୍ଗ୍କକ୍ ଠାରେ ଦୁଇ ବିରୋଧୀ ଗୋଷ୍ଠୀଙ୍କ ଭିତରେ ଗୁଳି ବିନିମୟ ଜଣେ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁର କାରଣ ହେବା ସହ ତାଙ୍କ ବନ୍ଧୁଙ୍କୁ ସାଙ୍ଘାତିକ ଆହତ କରିଛି।
ନିହତ ଭାରତୀୟ ପର୍ଯ୍ୟଟକ ହେଉଛନ୍ତି ୪୨ ବର୍ଷିୟ ଧୀରଜ ଗଖ୍ରେଜର ଏବଂ ଆହତ ଭାରତୀୟ ଜଣକ ହେଉଛନ୍ତି ୪୫ ବର୍ଷିୟ ଧର୍ମେନ୍ଦ୍ର ଶର୍ମା।
ଥାଇ ପୁଲିସ କହିଛି ଯେ ରବିବାର ରାତିରେ ସହରର ପ୍ରାଟନାମ୍ ଅଞ୍ଚଳରେ ଥିବା ସେଣ୍ଟାରା ଓ୍ଵାଟର୍ଗେଟ୍ ସପିଙ୍ଗ୍ ମଲ୍ ନିକଟରେ ଥିବା ଏକ ପାର୍କିଙ୍ଗ୍ସ୍ଥଳରେ ଗୁଳିକାଣ୍ଡ ଘଟିଛି।
ଅଜ୍ଞାତ ଆତତାୟୀମାନେ ଏକେ-୪୭ ଆସଲ୍ଟ୍ ରାଇଫଲ୍ ଧରିଥିଲେ ବୋଲି ମେଟ୍ରୋପଲିଟାନ୍ ପୁଲିସ କହିଛି।
ଦୁଇ ଦଳ ନିକଟରେ ଥିବା ଏକ ସ୍ନକର୍ କ୍ଲବ୍ରୁ ଆସି ପାର୍କିଙ୍ଗ୍ସ୍ଥଳ ନିକଟରେ ଥିବା ଗୋଟାଏ ଗଳିରେ ପହଞ୍ଚିଥିଲେ। ସହସା ସେମାନଙ୍କ ମଧ୍ୟରେ ମାଡ଼ପିଟ ଆରମ୍ଭ ହୋଇ ଗୁଳି ବିନିମୟ ଘଟିଥିଲା।
ଦୁଇ ଜଣ ଭାରତୀୟଙ୍କ ଛଡ଼ା ଦୁଇଜଣ ଥାଇଲାଣ୍ଡ୍ ଏବଂ ଜଣେ ଲାଓସ୍ର ବ୍ୟକ୍ତି ମଧ୍ୟ ଏଥିରେ ଆହତ ହୋଇଛନ୍ତି।
ପୁଲିସ ପହଞ୍ଚିବା ମାତ୍ରେ ଗୁଳିକାଣ୍ଡରେ ଲିପ୍ତଥିବା ଦୁଇ ବିରୋଧୀ ଗୋଷ୍ଠୀ ଖସି ପଳାଇଥିଲେ।