ନୂଆଦିଲ୍ଲୀ : ବାଂଲାଦେଶ ଭାରତ ସହ ୪.୫ ବିଲିୟନ ଡଲାରର ଋଣ ଚୁକ୍ତି ସ୍ୱାକ୍ଷର କରିଛି। ବାଂଲାଦେଶ ଏହାର ନିର୍ମାଣ କାର୍ଯ୍ୟ ଏବଂ ସାମାଜିକ କ୍ଷେତ୍ରର ବିକାଶ ପାଇଁ ଭାରତ ସହ ୪.୫ ବିଲିୟନ ଡଲାରର ତୃତୀୟ ଲାଇନ୍ ଅଫ କ୍ରେଡିଟ୍ (ଏଲଓସି) ଚୁକ୍ତି ସ୍ୱାକ୍ଷର କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏବଂ ତାଙ୍କ ପ୍ରତିପକ୍ଷ ଏଏମଏ ମୁହିଥ୍ଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି। ବାଂଲାଦେଶ ପକ୍ଷରୁ ଆର୍ଥିକ ସମ୍ବନ୍ଧ ପ୍ରଭାଗ ସଚିବ କାଜି ସୋଫିକୁଲ ଆଜମ ଏବଂ ଭାରତ ପକ୍ଷରୁ ଏକ୍ଜିମ (ଏକ୍ସପୋର୍ଟ-ଇମ୍ପୋର୍ଟ ବ୍ୟାଙ୍କ୍ ଅଫ ଇଣ୍ଡିଆ) ପରିଚାଳନା ନିର୍ଦ୍ଦେଶକ ଡେଭିଡ ରସ୍କିନା ଚୁକ୍ତି ସ୍ୱାକ୍ଷର କରିଛନ୍ତି। ବାଂଲାଦେଶରେ ୧୭ଟି ବଡ଼ ପ୍ରୋଜେକ୍ଟ ପାଇଁ ଏହି ଋଣ ଅର୍ଥ ବ୍ୟବହୃତ ହେବ। ପୂର୍ବ ଏଲଓସି ଚୁକ୍ତି ଅନୁଯାୟୀ ବାଂଲାଦେଶ ବର୍ଷକୁ ୧ ପ୍ରତିଶତ ସୁଧ ଦେବ ଏବଂ ୨୦ ବର୍ଷ ମଧ୍ୟରେ ଏହା ଋଣ ପରିଶୋଧ କରିବ। ଏହି ୪.୫ ବିଲିଅନ ଡଲାର ଚୁକ୍ତି ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭାରତ ଗସ୍ତ ସମୟରେ ଘୋଷଣା ହୋଇଥିଲା ଏବଂ ବାଂଲାଦେଶକୁ ଜେଟଲିଙ୍କ ଗସ୍ତ ସମୟରେ ଏହା ଚୁଡ଼ାନ୍ତ ହୋଇଥିଲ। ଚୁକ୍ତି ଅନୁଯାୟୀ ବାଂଲାଦେଶ ତୃତୀୟ ଏଲଓସି ଅଧୀନରେ ପାଇଥିବା ଅର୍ଥ ଦ୍ୱାରା ଭାରତୀୟ ବଜାରରୁ ୬୫ରୁ ୭୫ ପ୍ରତିଶତ ସେବା ଓ ଦ୍ରବ୍ୟ କିଣିପାରିବ।
ଭାରତ ସହ ୪.୫ ବିଲିୟନ ଡଲାର ଋଣ ଚୁକ୍ତି ସ୍ୱାକ୍ଷର କଲା ବାଂଲାଦେଶ
/sambad/media/post_attachments/wp-content/uploads/2017/10/bangla-desh-credited-loan-from-India.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)