ଅଯୋଧ୍ୟା ରାୟ: ବାଂଲାଦେଶ ଗଣମାଧ୍ୟମରେ ଭୁଲ୍‌ ରିପୋର୍ଟକୁ ଭାରତର ନିନ୍ଦା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଦ୍ବାରା ଦିଆଯାଇଥିବା‌ ଅଯୋଧ୍ୟା ରାୟ ସଂକ୍ରାନ୍ତରେ ବାଂଲାଦେଶର ବିଭିନ୍ନ ଗଣମାଧ୍ୟମରେ ଭୁଲ୍‌ ରିପୋର୍ଟ ପ୍ରକାଶ ପାଇଥିବାରୁ ଭାରତ ଏହାକୁ ଅତି ଗମ୍ଭୀରତାର ସହ ନେଇଛି। ଅଯୋଧ୍ୟା ରାୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କୁ ଶୁଭେଚ୍ଛା ଜଣାଇ ପତ୍ର ଲେଖିଛନ୍ତି ବୋଲି ବାଂଲାଦେଶ ଗଣମାଧ୍ୟରେ ପ୍ରକାଶ ପାଇଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ଏଭଳି ମିଛ ଖବର ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ଏବଂ ଏହା ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କକୁ ତିକ୍ତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର