ବଙ୍ଗୋପସାଗରରେ ବଢୁଛି ଚୀନ ନୌସେନାର ଅନୁପ୍ରବେଶ, ନଜର ରଖିବାକୁ ବାଂଲାଦେଶରେ ରାଡାର ସ୍ଥାପନ କରିବ ଭାରତ

ନୂଆଦିଲ୍ଲୀ : ଭାରତର ପୂର୍ବରେ ଥିବା ବଙ୍ଗୋପସାଗରେର ଦିନକୁ ଦିନ ଚୀନ ନୌସେନାର ଅନୁପ୍ରବେଶ ବଢିଚାଲିଛି । ଗତ ସେପ୍ଟେମ୍ବର ମାସରେ ବଙ୍ଗୋପସାଗରରେ ଚୀନ ନୌସେନାର ୭ଟି ଯୁଦ୍ଧ ଜାହାଜ ଭାରତ ମହାସାଗର ଓ ମ୍ୟାମାର ଉପକୂଳରେ ବୁଲୁଥିବା ଭାରତୀୟ ନୌସେନା ଜାଣିବାକୁ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କେତେକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅନୁଯାୟୀ ପଡୋଶୀ ଦେଶ ବାଂଲାଦେଶରେ ଭାରତ ସର୍ଭିଲାନ୍ସ ରାଡାର ସ୍ଥାପନ କରିବ ।

ଏହା ଦ୍ୱାରା ପ୍ରାୟ ୨୦ ମିଟର ଲମ୍ବ କିମ୍ବା ତାଠାରୁ ବଡ଼ ଜାହାଜକୁ ବହୁ ଦୂରରୁ ଠାବ କରିହେବ । ଏହିପରି ୨୦ଟି ପ୍ରହରାଦାର ରାଡାର ସିଷ୍ଟମ ସ୍ଥାପନ କରାଯିବ । ଭାରତର ଏହି ପ୍ରସ୍ତାବକୁ ବାଂଲାଦେଶ ସରକାର ସବୁଜ ସଂକେତ ଦେଇଛନ୍ତି । ନିକଟରେ ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସଂପର୍କରେ ମିଳିତଭାବେ ଘୋଷଣା କରିଛନ୍ତି । ଏପରି ହେଲେ ବାଂଲାଦେଶ ପଟୁ ବଙ୍ଗୋପସାଗର ଉପରେ ତୀକ୍ଷଣ ନଜର ରଖିପାରିବ ଭାରତ । ଏହା ଦ୍ୱାରା ବାଂଲାଦେଶ ମଧ୍ୟ ଉପକୃତ ହୋଇପାରିବ ।

ସମ୍ବନ୍ଧିତ ଖବର