ବାଂଲାଦେଶ ବିମାନ ହାଇଜ୍ୟାକ ଉଦ୍ୟମ ଘଟଣା: ଜରୁରୀକାଳୀନ ଅବତରଣ ପରେ ସୁରକ୍ଷା କର୍ମୀଙ୍କ ଗୁଳିରେ ବନ୍ଧୁକଧାରୀଙ୍କ ମୃତ୍ୟୁ

ଚିଟାଗଙ୍ଗ୍‌: ବାଂଲାଦେଶରେ ବିମାନ ହାଇଜ୍ୟାକ୍‌ ଉଦ୍ୟମ ରବିବାର ବିଫଳ କରାଯାଇଛି। ହାଇଜ୍ୟାକ୍‌ ଉଦ୍ୟମ ପରେ ବିମାନକୁ ଚିଟାଗଙ୍ଗ୍‌ର ଶାହ ଅମାନତ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀକାଳୀନ ଭିତ୍ତିରେ ଅବତରଣ କରାଯାଇଛି। ହାଇଜାକ୍‌ ଉଦ୍ୟମ ସମୟରେ ଜଣେ ବନ୍ଧୁକଧାରୀ ବିମାନ ଭିତକରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ବାଂଲାଦେଶ ଏୟାରଲାଇନସ୍‌ର ବିମାନ ଢାକା ଠାରୁ ଦୁବାଇ ଯାଉଥିଲା। ପରେ ବନ୍ଧୁକଧାରୀକୁ ଗୁଳି କରି ହତ୍ୟା କରାଯାଇ ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ମେଜର ଜେନେରାଲ ମତି-ଉର-ରହମାନ କହିଛନ୍ତି, ବନ୍ଧୁକଧାରୀକୁ ଗୁଳି କରି ହତ୍ୟା କରାଯାଇଛି। ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହିତ କଥା ହେବାକୁ ଚାହୁଁଥିଲା। ବନ୍ଧୁକଧାରୀର ନାଁ ମହାଦୀ (୨୫) ବୋଲି ଜଣାପଡ଼ିଛି। ପ୍ରତକ୍ଷ୍ୟଦର୍ଶୀ ଓ ବିମାନବନ୍ଦରର ଅଧିକାରୀଙ୍କ କହିବା ଅନୁସାରେ ଏହି ବିମାନ ଚିଟାଗଙ୍ଗ ଦେଇ ଢାକା ଅଭିମୁଖେ ଯାଉଥିଲା। ଚିଟାଗଙ୍ଗ ବିମାନ ବନ୍ଦରରେ ରବିବାର ସନ୍ଧ୍ୟା ୫ଟା ୪୦ରେ ଅବତରଣ କରିଥିଲା। ବିମାନରେ ୧୪୮ ଜଣ ଯାତ୍ରୀ ଓ ବିମାନର କର୍ମଚାରୀ ମାନେ ଥିଲେ।

ସମ୍ବନ୍ଧିତ ଖବର