ବାଂଲାଦେଶ ନିର୍ବାଚନ : ଭୋଟ ଗ୍ରହଣ ଶେଷ, ଆସନ୍ତା କାଲି ଫଳାଫଳ

ଢାକା : ବାଂଲାଦେଶରେ ଆଜି ସାଧାରଣ ନିର୍ବାଚନ ଶେଷ ହୋଇଛି । ତେବେ ନିର୍ବାଚନ ସଂପର୍କିତ ହିଂସାକାଣ୍ଡରେ ୧୧ ଜଣ ନିହତ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ନିର୍ବାଚନରେ ଶାସକ ଆଓ୍ଵାମୀ ଲିଗ ପକ୍ଷରୁ ବ୍ୟାପକ ଜାଲିଆତି ଓ ହିଂସାକାଣ୍ଡ ହୋଇଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ।  ଆଜି ସକାଳେ ପ୍ରଧାନମନ୍ତ୍ରୀ ଶେଖ ହସୀନା ଢାତା ସେଣ୍ଟରଠାରେ ଭୋଟ ଦେଇଛନ୍ତି । ଢାକାରୁ ହସିନାଙ୍କ ପୁତୁରା ଫାଜଲ ନୁର ତାପୋସ ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା କାଲି ଏହି ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।

ଭୋଟ ଦେଇସାରି ଗଣମାଧ୍ୟମକୁ ହସିନା କହିଛନ୍ତି ଯେ ତାଙ୍କ ଦଳର ବିଜୟ ନେଇ ସେ ନିଶ୍ଚିତ ଅଛନ୍ତି । ଲୋକମାନେ ବାଂଲାଦେଶର ଭବିଷ୍ୟତ ପାଇଁ ତାଙ୍କ ଦଳକୁ ହିଁ ଭୋଟ ଦେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ବାଂଲାଦେଶର ବିରୋଧୀ ଦଳ ନେତା ତଥା ବିଏନପି ପାର୍ଟି ମୁଖ୍ୟ ବେଗମ ଖଲିଦା ଜିଆ ଏବେ ଦୁର୍ନୀତି ଅଭିଯୋଗରେ ଜେଲରେ ଅଛନ୍ତି । ଅନ୍ୟପକ୍ଷରେ ଏହି ନିର୍ବାଚନ ଉପରେ ଭାରତ, ଚୀନ ଓ ପାକିସ୍ତାନର ନଜର ରହିଛି । ଶେଖ ହସିନା ଭାରତ ସପକ୍ଷବାଦୀ ହୋଇଥିବାବେଳେ ଖାଲିଦା ଜିଆ ପାକିସ୍ତାନ ସମର୍ଥକ ଅଟନ୍ତି ।

ସମ୍ବନ୍ଧିତ ଖବର