ଢାକା: ବାଂଲାଦେଶରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ୨୦୨୬ ଅପ୍ରେଲ ପ୍ରଥମ ସପ୍ତାହରେ ବାଂଲାଦେଶରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର କାର୍ଯ୍ୟ କରୁଛି। ସମ୍ପ୍ରତି ବାଂଲାଦେଶର ବିଭିନ୍ନ ରାଜନୈତିକ ଦଳ ଡିସେମ୍ବର ସୁଦ୍ଧା ନିର୍ବାଚନ କରିବାକୁ ଦାବି କରିଥିଲେ। ଯାହା ଯୋଗୁଁ ୟୁନୁସଙ୍କ ଉପରେ ଚାପ ବୃଦ୍ଧି ପାଇଥିଲା। ଏହି ମଧ୍ୟରେ, ଶୁକ୍ରବାର ବାଂଲାଦେଶରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି।
ନିର୍ବାଚନ ବିଳମ୍ବ ହେଉଥିବାରୁ ୟୁନୁସ ଏବେ ଚାପର ଅଛନ୍ତି। ସେନା, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଭଳି ବିରୋଧୀ ଦଳ ଏବଂ ତାଙ୍କ ନିଜ ସମର୍ଥକମାନେ ମଧ୍ୟ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏହା ସହିତ, ଦେଶରେ ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି, ଯାହା କାରଣରୁ ୟୁନୁସଙ୍କ ସରକାର ଉପରେ ପ୍ରଶ୍ନ ଉଠାଯାଉଛି।
ଆପଣଙ୍କୁ କହି ରଖୁଛୁ ଯେ ଗତ ବର୍ଷ ଅଗଷ୍ଟ ମାସରୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଛି । ଅଗଷ୍ଟ ମାସରେ ବାଂଲାଦେଶର ତତକାଳୀନ ଶେଖ ହସିନାଙ୍କୁ ପ୍ରବଳ ବିରୋଧ ଯୋଗୁଁ କ୍ଷମତା ଛାଡି ଭାରତ ପଳାଇବାକୁ ପଡିଥିଲା। ଏହା ପରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅନ୍ତରୀଣ ମୁଖ୍ୟ କରାଯାଇଥିଲା ଓ ତାଙ୍କ ତତ୍ତ୍ବାବଧାନରେ ନିର୍ବାଚନ କରାଯିବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ନିର୍ବାଚନ ବିଳମ୍ବ ହେଉଥିବାରୁ ୟୁନୁସ ଏବେ ଚାପର ଅଛନ୍ତି । ସେନା, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଭଳି ବିରୋଧୀ ଦଳ ଏବଂ ତାଙ୍କ ନିଜ ସମର୍ଥକମାନେ ମଧ୍ୟ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏହା ସହିତ, ଦେଶରେ ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି, ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି, ଯାହା କାରଣରୁ ୟୁନୁସଙ୍କ ସରକାର ଉପରେ ପ୍ରଶ୍ନ ଉଠାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/06/09UFUbdzOEb910oFoKzU.jpg)