ବାଂଲାଦେଶ ଯବାନଙ୍କ ଗୁଳିରେ ବିଏସଫ ଯବାନ ସହିଦ ଘଟଣା : ଭୁଲ ବୁଝାମଣାରୁ ଏହା ହେଲା, ଆଗକୁ ଏପରି ହେବ ନାହିଁ ବୋଲି କହିଲା ବାଂଲାଦେଶ

ଢାକା : ବାଂଲାଦେଶୀ ସୀମା ସୁରକ୍ଷା ବାହିନୀ (ବିଜିବି) ଗୁଳିରେ ଭାରତର ବିଏସଏଫ ଯବାନ ସହିଦ ହେବା ଘଟଣା ନେଇ ବୟାନ ରଖିଛନ୍ତି ବାଂଲାଦେଶର ଗୃହମନ୍ତ୍ରୀ ଅସାଜମାନ ଖାଁ । ସେ କହିଛନ୍ତି ଯେ ଏକ ଭୁଲ ବୁଝାମଣାରୁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଲା । ଭବିଷ୍ୟତରେ ଯେପରି ଏପରି ଘଟଣା ନ ହୁଏ, ସେଥିଲାଗି ପଦକ୍ଷେପ ନିଆଯିବ । ଉତ୍ତେଜନାକୁ ପ୍ରଶମିତ କରିବାକୁ ଭାରତର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥାବାର୍ତ୍ତା କରିବେ ବୋଲି ସେ କହିଛନ୍ତି ।

ଗତ ଗୁରୁବାରଦିନ ବିଜିବି ଗୁଳିରେ ଭାରତର ସୀମା ସୁରକ୍ଷା ବାହିନୀ(ବିଏସଏଫ)ର ଜଣେ ଯବାନ ହେଡ କନଷ୍ଟେବଲ ବିଜୟ ଭାନ ସିଂ ସହିଦ ହୋଇଥିଲେ । ଅନ୍ୟ ଜଣେ ଯବାନ ଆହତ ମଧ୍ୟ ହୋଇଥିଲେ । ବିଜିବି ଦ୍ୱାରା ଗିରଫ ହୋଇଥିବା ୩ ଜଣ ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କରିବା ଲାଗି ଡକାଯାଇଥିବା ଏକ ଫ୍ଲାଗ ମିଟିଂରୁ ଫେରୁଥିଲେ ବିଏସଏଫର ଏକ ୬ ଜଣିଆ ଦଳ। ପଛରୁ ହିଁ ବିଜିବି ଯବାନ ଗୁଳି କରିବାରୁ ଘଟଣାସ୍ଥଳରେ ସିଂଙ୍କ ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର