ଫଟୋସପ୍‌ କରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବାଙ୍ଗ୍‌ଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ନକଲି ଫଟୋ ତିଆରି କରିଥିବାରୁ ଯୁବକଙ୍କୁ ମିଳିଲା ୭ବର୍ଷ ଜେଲ ଦଣ୍ଡ

ଢ଼ାକା: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବାଙ୍ଗାଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ନକଲି ଫଟୋ ତିଆରି ଜଣେ ୩୫ବର୍ଷୀୟ ଯୁବକ ଜେଲ ଦଣ୍ଡ ଭୋଗିଛନ୍ତି । ଯୁବକଜଣଙ୍କ ବାଙ୍ଗ୍‌ଲାଦେଶର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ୭ବର୍ଷ ଜେଲ ଦଣ୍ଡ ମିଳିଥିବା ଜଣା ପଡ଼ିଛି । ଅଭିଯୁକ୍ତ ଜଣଙ୍କର ନାଁ ମୋନିର ହୁସେନ ଥିବା ବେଳେ ସେ ତଙ୍ଗାଲିର ବାସିନ୍ଦା ବୋଲି ଜଣା ପଡ଼ିଛି । ମୋନିରଙ୍କ ଏଭଳି ଭୁଲ ପାଇଁ ତାଙ୍କୁ ୭ବର୍ଷ ଜେଲ ଦଣ୍ଡ ମିଳିଥିବା ବେଳେ ଏହି ମାମଲାରେ ଅନ୍ୟ ଦୁଇ ଜଣଙ୍କୁ ଛଡ଼ା ଯାଇଥିବା ଜଣା ପଡ଼ିଛି ।

Mental Floss

ସୂଚନା ମୁତାବକ, ମୋନିର ହୁସେନ୍‌ ମୋନିର ଟେଲିକମ ନାମକ ଏକ ଦୋକାନ ଚାଳଉଥିଲେ । ୨୦୧୩ରେ ସେ ନିଜ ମୋବାଇଲରୁ ଅନ୍ୟମାନଙ୍କ ମୋବାଇଲକୁ ଶେଖ୍‌ ହସିନା, ମନମୋହନ ସିଂହ ଏବଂ ବାଙ୍ଗ୍‌ଲାଦେଶର ପୂର୍ବ ରାଷ୍ଟ୍ରପତି ଜିଲୁର୍‌ ରେହମାନଙ୍କ ଫଟୋକୁ ଫଟୋସପ୍‌ କରି ନକଲି ଫଟୋ ଛାଡ଼ିଥିଲେ । ଏହି ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ବିରୋଧ ପ୍ରକାଶ କରାଯାଇଥିଲା । ଯାହା ପରେ ମୋନିର ଦୋଷୀ ବୋଲି ଜଣା ପଡ଼ିବା ପରେ ତାଙ୍କୁ ୭ବର୍ଷ ଜେଲ ଦଣ୍ଡ ଦିଆ ଯାଇଛି ।

ସମ୍ବନ୍ଧିତ ଖବର