ମାଗଣାରେ ଖାଇବା ପାଇଁ ଆମ ଦେଶକୁ ଆସୁଛନ୍ତି ଭାରତୀୟ, କିଏ କହିଲେ ଏହି କଥା ଜାଣନ୍ତୁ

ନୂଆଦିଲ୍ଲୀ: ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ ରବିବାର ଭାରତୀୟଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ଭାରତୀୟମାନେ ମାଗଣାରେ ଖାଇବା ପାଇଁ ବାଂଲାଦେଶ ଆସିଥାନ୍ତି | ବାଂଲାଦେଶର ଅର୍ଥ ବ୍ୟବସ୍ଥା ଭାରତୀୟ ଅର୍ଥ ବ୍ୟବସ୍ଥାଠାରୁ ସ୍ଵଛଳ ଥିବାରୁ ଭାରତୀୟମାନେ ତାଙ୍କ ଦେଶରେ ଅନୁପ୍ରବେଶ କରୁଛନ୍ତି | କିଛି ଦଲାଲଙ୍କ ସହଯୋଗରେ ଭାରତୀୟମାନେ ବାଂଲାଦେଶରେ ଅବୈଧ ଭାବରେ ରହୁଛନ୍ତି, ଯେଉଁମାନଙ୍କୁ ଖୁବ ଶୀଘ୍ର ତଡିଦିଆଯିବ | ମୋମେନ କହିଛନ୍ତି ଯେ ଭାରତର ଲୋକ ବାଂଲାଦେଶକୁ ଆସିବାର ବଡ କାରଣ ହେଉଛି ଯେ ଏଠାରେ ଆର୍ଥିକ ସ୍ଥିତି ବହୁତ ଭଲ ରହିଛି |

ଯେଉଁମାନେ ଏଠାକୁ ଆସୁଛନ୍ତି ସେମାନଙ୍କୁ ଚାକିରି ମିଳିବା ସହ ଗରିବ ଲୋକଙ୍କୁ ମାଗଣାରେ ଖାଇବାକୁ ମିଳୁଛି | ପ୍ରକୃତରେ ବାଂଲାଦେଶରେ ଭାରତୀୟଙ୍କ ଅବୈଧ ପ୍ରବେଶକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମୋମେନ ଏହା କହିଛନ୍ତି | ଏଠାରେ ସୂଚନା ଥାଉ କି ମୋମେନ୍‌ ଗଣମାଧ୍ୟମକୁ କହିଥିଲେ ଯେ ବେଆଇନ ଭାବେ ଭାରତରେ ବସବାସ କରୁଥିବା ବାଂଲାଦେଶୀ ନାଗରିକମାନଙ୍କର ତାଲିକା ଦେବାକୁ ଭାରତକୁ ଅନୁରୋଧ କରାଯାଇଛି।

ଉକ୍ତ ତାଲିକା ଆଧାରରେ, ସେମାନଙ୍କୁ ବାଂଲାଦେଶକୁ ଫେରାଇ ନିଆଯିବ। କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ଗୁରୁବାର ଦିନ ଭାରତ ଗସ୍ତ ବାତିଲ କରିଥିବା ମୋମେନ୍‌ଙ୍କୁ ଭାରତର ‘ନ୍ୟାସ୍‌ନାଲ୍‌ ରେଜିଷ୍ଟର୍‌ ଅଫ୍‌ ସିଟିଜେନ୍‌ସିପ୍‌’ ବିଷୟରେ ପଚରା ଯିବାରୁ ସେ କହିଲେ ଯେ ବାଂଲାଦେଶ-ଭାରତ ସମ୍ପର୍କ ସ୍ୱାଭାବିକ ଓ ମଧୁର ରହିଛି। ଏଥିଯୋଗୁଁ ସମ୍ପର୍କ ଉପରେ କୌଣସି କୁ-ପ୍ରଭାବ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର