ନୂଆଦିଲ୍ଲୀ: ଭାରତରେ ନିଖୋଜ ହୋଇଥିବା ବାଂଲାଦେଶର ବରିଷ୍ଠ ସାଂସଦ ଅନୱାରୁଲ ଅଜିମ୍‌ ଅନାରଙ୍କୁ କୋଲକାତାରେ ହତ୍ୟା କରାଯାଇଛି ଏବଂ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି ବୋଲି ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ୍‌ ବୁଧବାର ଢାକାରେ ଘୋଷଣା କରିଛନ୍ତି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଭାରତରେ ନିଖୋଜ ହୋଇଥିବା ଆୱାମି ଲିଗ୍‌ ସାଂସଦ ଅନୱାରୁଲ ଅଜିମ ଅନାରଙ୍କୁ କୋଲକାତାର ଏକ ଫ୍ଲାଟରେ ହତ୍ୟା କରାଯାଇଛିଯ। ବର୍ତ୍ତମାନ ସୁଦ୍ଧା ଆମେ ଜାଣିବାକୁ ପାଇଛୁ ଯେ ଏଥିରେ ସମ୍ପୃକ୍ତ ସମସ୍ତ ହତ୍ୟାକାରୀ ବାଂଲାଦେଶୀ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେ କହିଛନ୍ତି।
ରିପୋର୍ଟରୁ ପ୍ରକାଶ, ୫୬ ବର୍ଷୀୟ ସାଂସଦଙ୍କ ହତ୍ୟା ମାମଲାରେ ବାଂଲାଦେଶ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ବାଂଲାଦେଶର ବରିଷ୍ଠ ସାଂସଦ ଅନୱାରୁଲ ଅଜିମ୍‌ ଅନାରଙ୍କ ମୃତଦେହ କେଉଁଠି ଅଛି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ସେମାନେ ଏ ପର୍ଯ୍ୟନ୍ତ ଏ ବିଷୟରେ ଜାଣି ନାହାନ୍ତି। ଭାରତୀୟ ପୁଲିସ ଏହି ମାମଲାରେ ବାଂଲାଦେଶକୁ ସହଯୋଗ କରୁଛି ବୋଲି କହି ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ୍‌ କହିଛନ୍ତି ଯେ ଆମେ ଖୁବଶୀଘ୍ର ଆପଣଙ୍କୁ ଏହି ହତ୍ୟାକାଣ୍ଡର ଉଦ୍ଦେଶ୍ୟ ବିଷୟରେ ସର୍ବସାଧାରଣରେ ଜଣାଇବୁ।