କାଠମାଣ୍ଡୁ: ବାଂଲାଦେଶର ଏକ ଯାତ୍ରୀବାହୀ ବିମାନ ସୋମବାର ଅପରାହ୍ନରେ ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କଲାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ୫୦ ଜଣ ଯାତ୍ରୀ ମୃତ୍ୟୁୁ ମୁଖରେ ପଡ଼ିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବିମାନରେ ଥିବା ୬୭ ଯାତ୍ରୀ ଓ ୪ ଜଣ ବିମାନ କର୍ମଚାରୀଙ୍କ ମଧ୍ୟରୁ ୫୦ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ, ଅବତାରଣ ସମୟରେ ବିମାନଟି ଭାରସାମ୍ୟ ରକ୍ଷା କରି ନ ପାରି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଅପରାହ୍ଣ ୨.୨୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଅନୁସାରେ ବିମାନଟି ଅବତରଣ କରିବା ସମୟରେ ରନଓ୍ଵ ବାହାରକୁ ଚାଲିଯାଇଥିଲା। ଏହାପରେ ବିମାନ ତଳୁ ଧୂଆଁ ବାହାରିବା ଆରମ୍ଭ ହୋଇଯାଇଥିଲା। ଅନ୍ୟପକ୍ଷରେ ତ୍ରିଭୁବନ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟକୁ ବିଶ୍ୱର ଏକ ବିପଦସଂକୁଳ ବିମାନ ବନ୍ଦର ଭାବେ ବିବେଚନା କରାଯାଏ। ଏଣୁ ଏଠାରେ ଅବତରଣ କଷ୍ଟ ସାପେକ୍ଷ ହୋଇଥାଏ।
What could it be? pic.twitter.com/c4qljVacTq
— Rushu (@roohsaa) March 12, 2018
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ସୋମବାର ଅପରାହ୍ନରେ ୬୭ ଜଣ ଯାତ୍ରୀଙ୍କୁ ଧରି ୟୁଏସ୍- ବାଂଲା ଏୟାରଲାଇନ୍ସର ଏହି ବିମାନଟି ବାଂଲାଦେଶର ରାଜଧାନୀ ଢ଼ାକାରୁ ନେପାଳର ରାଜଧାନୀ କାଠମାଣ୍ଡୁ ଅଭିମେୁଖେ ଉଡ଼ାଣ ଭରିଥିଲା। ତେବେ, ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଟି ଅବତରଣ କଲାବେଳେ ଭାରସାମ୍ୟ ରକ୍ଷା କରି ନପାରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ଯାତ୍ରା କରୁଥିବା ୧୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରା ଯାଇଥିବା ଅନ୍ୟ ଯାତ୍ରୀମାନଙ୍କ ସଂପର୍କରେ କିଛି ଖବର ମିଳିପାରି ନାହିଁ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି କାଠମାଣ୍ଡୁ ବିମାନ ବନ୍ଦରର ପ୍ରବକ୍ତା ବୀରେନ୍ଦ୍ର ପ୍ରସାଦ ଶ୍ରେଷ୍ଠ।
जहाज दुर्घटनाले सडकमा सवारी आवतजावत प्रभावित, सिनामंगलमा डीआईजी नै खटिएhttps://t.co/qgRQgiW5HPpic.twitter.com/daXzt0KBYL
— Baahrakhari (@12khari) March 12, 2018
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/nepal-aircraft-crash.jpg)