ଭାରତ ପିଆଜ ରପ୍ତାନି ବନ୍ଦ କରିବା ପରେ ନିଜ ରୋଷେଇଆକୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଶେଖ୍‌ ହସିନା

ନୂଆଦିଲ୍ଲୀ : ଆଜିଠୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ୪ଦିନିଆ ଭାରତ ଗସ୍ତ ଆରମ୍ଭ ହୋଇଛି । ଭାରତ ଗସ୍ତ ସମୟରେ ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଶେଖ୍‌ ହସିନା ଭାରତ ଗସ୍ତରେ ଆସିଥିବା ବେଳେ ପିଆଜକୁ ନେଇ ଭାରତ ସରକାର ନେଇଥିବା ନିଷ୍ପତ୍ତି ପାଇଁ ସେ ନିରାଶ ହୋଇଥିବା କହିଛନ୍ତି । ଶୁକ୍ରବାର ଆୟୋଜିତ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ସେ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ, କିଛି ଦିନ ତଳେ ପିଆଜ ଦର ବୃଦ୍ଧିକୁ ଦେଖି ଭାରତ ସରକାର ଏହାର ରପ୍ତାନିକୁ ବନ୍ଦ କରି ଦେଇଥିଲେ । ଯାହାର ପ୍ରଭାବ ବାଂଲାଦେଶରେ କେତେ ରହିଛି, ତାହା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା କହିଛନ୍ତି । ଭାରତ-ବାଂଲାଦେଶର ବ୍ୟବସାୟ ମଞ୍ଚକୁ ସମ୍ବୋଧନ କରି ପିଆଜର ଦୁଃଖ ଜଣାଇଛନ୍ତି ଶେଖ୍‌ ହସିନା ।

ମୁଁ ଜାଣି ନାହିଁ କି, ହଠାତ୍‌ ପିଆଜର ରପ୍ତାନି କାହିଁକି ବନ୍ଦ କରି ଦିଆଯାଇଛି? କିନ୍ତୁ ରପ୍ତାନି ବନ୍ଦ ହେବା ପରେ ଏବେ ମୁଁ ମୋ ରୋଷେଇଆକୁ ବିନା ପିଆଜରେ ଖାଦ୍ୟ ରାନ୍ଧିବାକୁ ନିର୍ଦ୍ଦେଶ ଦେଇଛି । ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଯଦି ଗୋଟେ ନୋଟିସ୍‌ ଜାରି କରି ଦିଆଯାଇଥାନ୍ତା, ତେବେ ଭଲ ହୋଇଥାନ୍ତା । ହଠାତ୍‌ ପିଆଜର ରପ୍ତାନି ବନ୍ଦ ହେବା ପରେ ଆମମାନଙ୍କୁ ପରିସ୍ଥିତିକୁ ସମ୍ଭାଳିବା କଷ୍ଟକର ହୋଇ ପଡ଼ିଛି । ଆଗକୁ ଏଭଳି ନିଷ୍ପତ୍ତି ନେଲେ ଆମକୁ ପୂର୍ବରୁ ଜଣାଇ ଦେବେ ବୋଲି କହିଥିଲେ ଶେଖ୍‌ ହସିନା ।

ସମ୍ବନ୍ଧିତ ଖବର