ଢାକା: ପଡୋଶୀ ଦେଶ ଭାରତରେ କୋଭିଡ-୧୯ ସ୍ଥିତି ଖରାପ ହେଉଥିବା ଦେଖି ବାଂଲାଦେଶ ଗୁରୁବାର ଦିନ ରେମଡେସିଭିରର ୧୦,୦୦୦ ଭାଏଲ ଆଣ୍ଟିଭାଇରାଲ ଇଞ୍ଜେକ୍ସନ ଭାରତକୁ ପଠାଇଛି | କୋଲକାତାରେ ବାଂଲାଦେଶର ଡେପୁଟି ହାଇ କମିସନର ଟୁଫିକ୍ ହାସନ୍, ପେଟ୍ରାପୋଲର ଭାରତୀୟ ସୀମାନ୍ତ ବନ୍ଦରରେ ଭାରତ ସରକାରଙ୍କ ପ୍ରତିନିଧୀଙ୍କୁ ରେମଡେସିଭିରର ୧୦,୦୦୦ ଭାଏଲ ହସ୍ତାନ୍ତର କରିଛନ୍ତି।
ଏକ ସରକାରୀ ବିବୃତ୍ତି ଅନୁଯାୟୀ ସ୍ଥାନୀୟ ଭାବରେ ଉତ୍ପାଦିତ ଏହି ୧୦,୦୦୦ ଇଞ୍ଜେକ୍ସନ୍ ବାଂଲାଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନିର୍ଦ୍ଦେଶରେ ଚିକିତ୍ସା ସହାୟତା ଭାବରେ ପଠାଯାଇଛି। ପ୍ରଥମଥର ପାଇଁ ବାଂଲାଦେଶରୁ ଭାରତକୁ ଏଭଳି ସହାୟତା ମିଳିଥିବା ଜଣାପଡିଛି |
ତେବେ କେବଳ ବାଂଲାଦେଶ ନୁହେଁ ଆମେରିକା, ସିଙ୍ଗାପୁର ଭଳି ଦେଶମାନେ ମଧ୍ୟ ଭାରତକୁ କରୋନା ଲଢେଇରେ ସାହାଯ୍ୟ କରୁଛନ୍ତି | ଅମ୍ଳଜାନ କନସେନଟ୍ରେଟରଠାରୁ ଆରମ୍ଭ କରି କରୋନା ସହ ଲଢ଼ିବା ପାଇଁ ଦରକାର ପଡୁଥିବା ଅତ୍ୟାବଶ୍ୟକ ଜିନିଷ ମଧ୍ୟ ବିଦେଶରୁ ଆସୁଛି | ଭାରତରେ ଏବେ ସଂକ୍ରମଣ ସଂଖ୍ୟା ଅଧିକ ରହିବା ସହ ଅମ୍ଳଜାନର ଅଭାବ ରହିଛି | କେନ୍ଦ୍ର ସରକାର ଏହି ଅଭାବକୁ ଦୂର କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଦେଶମାନେ ମଧ୍ୟ ଭାରତକୁ ସାହାଯ୍ୟ କରୁଥିବା ଦେଖା ଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/t-28.jpg)