“ଆମେ ଆତଙ୍କରେ ଅଛୁ, ଆମକୁ ସାହାଯ୍ୟ କର” ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଢାକା ଇସ୍କନ ମନ୍ଦିର କର୍ମଚାରୀ

ଢାକା :  ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ବାରମ୍ବାର ଆକ୍ରମଣ ପରେ ହିନ୍ଦୁମାନେ ଆତଙ୍କିତ ହୋଇଯାଇଛନ୍ତି । ଗତ ଗୁରୁବାର ହୋଇଥିବା ଇସ୍କନ ମନ୍ଦିର ଆକ୍ରମଣ ପରେ ମନ୍ଦିର କର୍ମଚାରୀ ଓ ପୂଜାରୀମାନେ ଆତଙ୍କିତ ହୋଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତା ଲୋଡ଼ିଛନ୍ତି ।

ମନ୍ଦିରର ମେଡିକାଲ ଅଫିସର ତଥା ଆକ୍ରମଣର ଜଣେ ପ୍ରତ୍ୟକ୍ଷଦର୍ଶୀ ରାସମଣି କେଶବଦାସ କହିଛନ୍ତି ଯେ ଢାକା ପୁଲିସ ପକ୍ଷରୁ ସୁରକ୍ଷା ଦିଆଯାଇଥିଲେ ବି ତାହା ପ୍ରଯ୍ୟାପ୍ତ ନୁହେଁ । ୧୦ ଜଣ ପୁଲିସ କର୍ମୀ ମନ୍ଦିରକୁ ଜଗି ରହିଛନ୍ତି । ତଥାପି ସେମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସେମାନଙ୍କୁ ସହାୟତା ପାଇଁ ଉଦ୍ୟମ କରୁଥିଲେ ବି ମୋଦୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ଢାକାର ୱାରିସ୍ଥିତ ୨୨୨ ଲାଲ୍‌ମୋହନ ଶାହା ‌ଷ୍ଟ୍ରିଟ୍‌ରେ ଥିବା ‘ଇସ୍କନ ରାଧାକାନ୍ତ ମନ୍ଦିରକୁ ୨୦୦ରୁ ଅଧିକ ଉତ୍ତ୍ୟକ୍ତ ବ୍ୟକ୍ତି ଆକ୍ରମଣ କରି, ଭଙ୍ଗାରୁଜା କରିବା ସହିତ ଲୁଟତରାଜ  କରିଥିଲେ । ଏହି ଆକ୍ରମଣରେ ସୁମନ୍ତ୍ର ଚନ୍ଦ୍ର ଶ୍ରବଣ, ନିହାର ହଲ୍‌ଦାର୍‌, ରାଜୀବ ଭଦ୍ରାଙ୍କ ସମେତ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ଏହି ଆକ୍ରମଣକାରୀ ଜନତାଙ୍କର ନେତୃତ୍ବ ନେଇଥିଲେ ହାଜି ଶଫିଉଲ୍ଲା । ସେ ପୂର୍ବରୁ ମଧ୍ୟ ଅନେକ ଥର ଧମକ ଦେଉଥିଲା ବୋଲି କେଶବଦାସ କହିଛନ୍ତି ।

 

ସମ୍ବନ୍ଧିତ ଖବର