ପାକିସ୍ତାନର ଲସ୍କର୍‌-ଏ-ତୈବା ସହ ମିଶି ଭାରତ ସୀମା ପାଖରେ ବେସ୍‌ ତିଆରି କରୁଛି ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାନ୍ତ ଅଞ୍ଚଳର ୧୦ କିଲୋମିଟର ଅଭ୍ୟନ୍ତରରେ ବାଂଲାଦେଶର ଆତଙ୍କବାଦୀ ସଂଗଠନ ‘ଜମାତ୍‌-ଉଲ୍‌-ମୁଜାହିଦୀନ୍‌ ବାଂଲାଦେଶ’ ସ୍ଥାୟୀ ଆଡ୍‌ଡା ତିଆରି କରିବାକୁ ଯୋଜନା କରୁଛି। ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରା ରାଜ୍ୟର ଜିଲ୍ଲାଗୁଡ଼ିକରେ ଏହି ଆଡ୍ଡାସ୍ଥଳୀ ସବୁ ନିର୍ମାଣ କରାଯିବ ବୋଲି ଗୃହମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଭାରତରେ ସଙ୍ଗଠନର କାର୍ଯ୍ୟକଳାପ ବୃଦ୍ଧି ନିମନ୍ତେ ପାକିସ୍ତାନର ଲସ୍କର-ଏ-ତୈବା ସହ ଜମାତ୍‌-ଉଲ୍‌-ମୁଜାହିଦୀନ୍‌ ବାଂଲାଦେଶର ଢାକାସ୍ଥିତ ନେତାମାନେ ହାତ ମିଳାଇଥିବାର ସୂଚନା ଗୁଇନ୍ଦାସୂତ୍ରରୁ ମିଳିବା ପରେ ଚଳିତ ମାସରେ ନରେନ୍ଦ୍ର ମୋଦି ସରକାର ଏହାକୁ ଆତଙ୍କବାଦୀ ସଙ୍ଗଠନ ଆଖ୍ୟା ଦେଇଥିଲେ।

ଭାରତୀୟ ଉପମହାଦେଶରେ ଖଲିଫା ରାଷ୍ଟ୍ର ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏହି ଆତଙ୍କବାଦୀ ସଂଗଠନ ଇତି ମଧ୍ୟରେ ଦକ୍ଷିଣ ଭାରତରେ ତା’ର ନେଟ୍‌ଓ୍ଵାର୍କ ପ୍ରସାରଣ କରୁଛି।

୨୦୧୮ରେ ବୋଧଗୟ ବିସ୍ଫୋରଣ ପରେ ଗିରଫ ହୋଇଥିବା ୧୨ ଜଣିଆ ଆକ୍‌ସନ୍‌ ଟିମ୍‌ର ଅନ୍ୟତମ ସଦସ୍ୟ ଜହିଦୁଲ୍‌ ଇସ୍‌ଲାମ୍‌କୁ ପଚରା ଉଚୁରା କରିବା ପରେ ଏ କଥା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର