ଢ଼ାକା: ବାଂଲାଦେଶର ପରିସ୍ଥିତି ଏବେ ନିୟନ୍ତ୍ରଣ ବାହାରେ। ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହିଂସାତ୍ମକ ପ୍ରତିବାଦର ନେତୃତ୍ୱ ନେଇଥିବା ଛାତ୍ରନେତା ଉସମାନ ହାଦିଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା ଦଙ୍ଗା, ଯାହା ଏବେ ଥମିବାର ନାଁ ନେଉନାହିଁ। ବୁଧବାର ଢାକାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ପରେ ବାଂଲାଦେଶରେ ହିଂସା ତୀବ୍ର ହୋଇଛି। ବିସ୍ଫୋରଣ ପରେ, ବିଳମ୍ବିତ ରାତିରେ ଉତ୍ତ୍ୟକ୍ତ ଜନତା ଢାକା ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା କରିଥିଲେ, ଯାହା ଫଳରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା। ଆକ୍ରମଣକାରୀମାନେ କାଜି ନଜରୁଲ ଇସଲାମଙ୍କ କବିତା ପାଠ କରିବା ସହିତ ଧାର୍ମିକ ସ୍ଲୋଗାନ ଦେଇ ବିଶ୍ୱବିଦ୍ୟାଳୟର ଟେବୁଲ ଏବଂ ଚେୟାର ଭାଙ୍ଗି ଦେଇଥିଲେ।
ପୁଣି ବଦଳିବ କି ସରକାର?
ହାଦିଙ୍କ ହତ୍ୟା ପାଇଁ ତାଙ୍କ ବଡ଼ ଭାଇ ୟୁନୁସ ସରକାରଙ୍କୁ ଦାୟୀ କରିଥିବା ବେଳେ ଏବେ ପୁଣି ଥରେ ବାଂଲାଦେଶରେ ସରକାର ବଦଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚର୍ଚ୍ଚା ମଧ୍ୟରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନଙ୍କ ବାଂଲାଦେଶରେ ପହଞ୍ଚିଛନ୍ତି। ତାଙ୍କ ବିମାନ ସିଲହଟ ବିମାନବନ୍ଦରରେ ଅବତରଣ କରିଥିବା ବେଳେ ସେଠାରୁ ସେ ଢାକା ଯିବେ। ଢ଼ାକାରେ ସେ ଦଳୀୟ କର୍ମୀ ଏବଂ ତାଙ୍କ ମାଆ ତଥା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ଭେଟିବେ।
୧୭ବର୍ଷ ପରେ ଫେରିଲେ ତାରିକ୍
ବହୁ ସଂଖ୍ୟକ BNP କର୍ମୀ ଏବଂ ସମର୍ଥକ ତାରିକଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଫେବ୍ରୁଆରି ୨୦୨୬ ନିର୍ବାଚନ ପୂର୍ବରୁ ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନକୁ ଦଳ ଏକ ପ୍ରମୁଖ ରାଜନୈତିକ ଲାଭ ଭାବରେ ଦେଖୁଛି। ଦୀର୍ଘ ୧୭ବର୍ଷ ପରେ ସେ ଲଣ୍ଡନରୁ ବାଂଲାଦେଶକୁ ଫେରିଛନ୍ତି। ଦେଶବାସୀ ଏବେ ୟୁନୁସ ସରକାରଙ୍କ ଉପରେ ଖୁସି ନଥିବା ବେଳେ ତାରିକ୍ ୨୦୨୬ରେ ହେବାକୁ ଥିବା ନିର୍ବାଚନରେ ଜିତି କ୍ଷମତାକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ସେ ବାଂଲାଦେଶ ଆସିଥିବା କୁହାଯାଉଛି।
୨୦୦୮ରେ ଲଣ୍ଡନ ଚାଲିଯାଇଥିଲେ ତାରିକ୍
ରାଜନୈତିକ ସଙ୍କଟ ସମୟରେ ଜେଲରୁ ମୁକ୍ତ ହେବା ପରେ ସେ ୨୦୦୮ ମସିହାରେ ବାଂଲାଦେଶ ଛାଡିଥିଲେ ଏବଂ ବିଦେଶରୁ ଦଳକୁ ନେତୃତ୍ୱ ଦେବା ସହିତ ନିଜ ପରିବାର ସହ ଲଣ୍ଡନରେ ରହିଥିଲେ। ୨୦୨୪ ମସିହାରେ ହସିନା ସରକାରଙ୍କ ପତନ ହୋଇଥିଲା। ଏହା ଜାଣି ତାରିକ୍ ତାଙ୍କ ବିରୁଦ୍ଧରେ ଥିବା ଆଇନଗତ ମାମଲା ପ୍ରତ୍ୟାହାର ହେବା ପରେ ବାଂଲାଦେଶ ଫେରିଯିବାର ଇଚ୍ଛା ଘୋଷଣା କରିଥିଲେ। ସେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସଂସ୍କାର ଏଜେଣ୍ଡାକୁ ସମର୍ଥନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।
ଆହୁରି ପଢ଼ନ୍ତୁ: Bus Catches Fire In Karnataka: କର୍ଣ୍ଣାଟକରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୯ଜଣ ଜୀବନ୍ତ ଦଗ୍ଧ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/25/tarique-rahman-2025-12-25-11-51-35.jpg)