ଢାକା (ବାଂଲାଦେଶ): ଚୀନ୍ର ଏକ ବୃହତ୍ ନିର୍ମାଣକାରୀ ସଂସ୍ଥାକୁ ଆଜି ବାଂଲାଦେଶ କଳା ତାଲିକାଭୁକ୍ତ କରିବା ସହ ଏହି ସଂସ୍ଥାକୁ ନେଇ ଚୀନ୍ ସରକାରଙ୍କ ସହ ହୋଇଥିବା ସମସ୍ତ ଚୁକ୍ତିକୁ ରଦ୍ଦ କରିଛି। ଢାକା- ସିଲ୍ହେଟ ରାଜପଥ ନିର୍ମାଣ ପାଇଁ ଚୀନ ହାର୍ବୋର ଇଂଜିନିୟରିଂ ସଂସ୍ଥାକୁ ବାଂଲାଦେଶ ସରକାର ଦାୟିତ୍ୱ ଦେଇଥିଲେ। ତେବେ ଏହି ସଂସ୍ଥା ବାଂଲାଦେଶର ବିଭିନ୍ନ ଅଧିକାରୀଙ୍କୁ ବ୍ୟାପକ ଲାଞ୍ଚ ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ବାଂଲାଦେଶ ସରକାର ଏହି ସଂସ୍ଥାକୁ କଳାତାଲିକା ୁକ୍ତ କରି ବାଂଲାଦେଶରୁ ବିଦା କରିଛନ୍ତି । ପାକିସ୍ତାନର ଗ୍ଵାଦର ପୋର୍ଟ ଏବଂ ଶ୍ରୀଲଙ୍କାର ହନ୍ବାଟୋଟା ପୋର୍ଟ ନିର୍ମାଣ କରିଥିବା ଏହି ବିଶାଳ ସଂସ୍ଥା ବାଂଲାଦେଶରେ ମଧ୍ୟ ନିଜ ପତିଆରା ବିସ୍ତାର କରୁଥିଲା। ସରକାରୀ ଅଧିକାରୀଙ୍କୁ ବିପୁଳ ଅର୍ଥ ଦେଇ ଏହା ନିଜସ୍ୱ ଢ଼ଙ୍ଗରେ କାମ କରିବାକୁ ଚାହୁଥିଲା। ୨୦୧୬ ଅକ୍ଟୋବରରେ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ ବାଂଲାଦେଶ ଗସ୍ତ ବେଳେ ଏହି ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିଲେ।
ଚୀନ୍କୁ ବାଂଲାଦେଶର ଝଟ୍କା: ନିର୍ମାଣକାରୀ ସଂସ୍ଥାକୁ କଳା ତାଲିକାଭୁକ୍ତ କଲା
/sambad/media/post_attachments/wp-content/uploads/2018/01/BD-China.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)