ଆଣ୍ଟିଗୁଆ: ଶନିବାର ଦକ୍ଷିଣ ଆଫ୍ରିକାର ନର୍ଥ ସାଉଣ୍ଡର ଆଣ୍ଟିଗୁଆସ୍ଥିତ ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ଟି-୨୦ ବିଶ୍ୱକପର ୪୭ତମ ମ୍ୟାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି।
ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ସାନ୍ତୋ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।
It's the battle of the Asian giants 🇮🇳🇧🇩
— ICC (@ICC) June 22, 2024
Bangladesh have won the toss and elected to field first against India.#T20WorldCup | #INDvBAN | 📝: https://t.co/TOLzO0LhLppic.twitter.com/R2bGnpBek9
ଟିମ୍ ଇଣ୍ଡିଆ ସ୍କ୍ବାଡ୍ରେ ରୋହିତ ଶର୍ମା (ଅଧିନାୟକ) , ଋଷଭ ପନ୍ତ (ୱିକେଟ କିପର) , ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ , ଶିବମ୍ ଦୁବେ , ହାର୍ଦ୍ଦିକ ପାଣ୍ଡ୍ୟା , ରବିନ୍ଦ୍ର ଜାଡେଜା , ଆକ୍ସର ପଟେଲ , ଅର୍ଶଦୀପ ସିଂ , କୁଲଦୀପ ଯାଦବ , ଜସପ୍ରୀତ ବୁମରା , ମହମ୍ମଦ ସିରାଜ , ଯୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ, ୟଶଭୀ ଜୈସ୍ବାଲ ପ୍ରମୁଖ ଅଛନ୍ତି।
ସେହିପରି ବାଂଲାଦେଶ ସ୍କ୍ବାଡ୍ରେ ଲିଟନ୍ ଦାସ (ୱିକେଟ କିପର) , ନଜମୁଲ ହୁସେନ୍ ସାନ୍ତୋ (ଅଧିନାୟକ) , ତାନଜିଦ୍ ହାସନ୍ , ତୋହିଦ୍ ହ୍ରିଡୋ , ଶାକିବ ଅଲ୍ ହାସନ୍ , ମହମୁଦୁଲ୍ଲା , ରିଷଦ ହୋସେନ୍ , ମହେଦି ହାସନ , ତସ୍କିନ୍ ଅହମ୍ମଦ , ତାନଜିମ୍ ହାସନ ସାକିବ , ମୁସ୍ତାଫିଜୁର ରହମାନ , ଜେକର ଅଲି , ତାନଭୀର ଇସଲାମ , ଶୋରଫୁଲ ଇସଲାମ ସୋମିଆ ସାର୍କ ପ୍ରମୁଖ ରହିଛନ୍ତି।