ନାଗରିକତା ଆଇନ ବିରୋଧୀ ହିଂସା ପଛରେ ବାଂଲାଦେଶୀ ଲୋକଙ୍କ ହାତ : ଗୁଇନ୍ଦା ବ୍ୟୁରୋ

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନକୁ ନେଇ ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ହୋଇଥିବା ହିଂସାକାଣ୍ଡ ପଛରେ ବାଂଲାଦେଶୀ ଓ କେରଳରୁ ଆସିଥିବା ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ହାତ ଥିବା ଗୁଇନ୍ଦା ସଂସ୍ଥା ଗୁଡ଼ିକ ଜାଣିବାକୁ ପାଇଛନ୍ତି । ଗୁଇନ୍ଦା ବ୍ୟୁରୋ(ଆଇବି) ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ଏକ ରିପୋର୍ଟ ଅନୁସାରେ କେବଳ ହିଂସାକାଣ୍ଡ ଘଟାଇବାକୁ ଏସବୁ ଲୋକମାନେ ଦିଲ୍ଲୀ ଓ ଉତ୍ତରପ୍ରଦେଶକୁ ଆସିଥିଲେ । ପୁଲିସ ପକ୍ଷରୁ ଏସବୁ ହିଂସାକାଣ୍ଡରେ ଲିପ୍ତ ଲୋକମାନଙ୍କ ଫଟୋଚିତ୍ର ଜାରି କରି ସେମାନଙ୍କୁ ଠାବ କରିବାକୁ ଉଦ୍ୟମ କରାଯାଉଛି । ଏସବୁ ହିଂସାକାଣ୍ଡରେ ପଶ୍ଚିମବଙ୍ଗର କିଛି ଲୋକଙ୍କ ହାତ ଥିବା ଆଇବି ଜାଣିବାକୁ ପାଇଛି । ଅନ୍ୟପକ୍ଷରେ ଏହି ହିଂସା ପଛରେ କେରଳର ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଓ ସିମିର ହାତ ଥିବା ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ସରକାର ଏହି ଦୁଇ ସଂଗଠନକୁ ନିଷିଦ୍ଧ କରିବାକୁ ଯୋଜନା କରୁଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନକୁ ନେଇ ଡିସେମ୍ବର ୨ୟ ଓ ୩ୟ ସପ୍ତାହରେ ଦେଶର ବିଭିନ୍ନ ରାଜ୍ୟ ବିଶେଷକରି ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକରେ ହିଂସାକାଣ୍ଡ ଦେଖାଦେଇଥିଲା । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର