ବେଆଇନ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଶରଣାର୍ଥୀ ମାନଙ୍କୁ ଖୋଜି ଖୋଜି ବାହାର କରି ତଡିଦିଆଯିବ : ଅମିତ ଶାହା

ନୂଆଦିଲ୍ଲୀ : ଭାରତରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନେ ହେଉଛି ଉଇ ସଦୃଶ । ସେମାନେ ଧୀରେ ଧୀରେ ଆମ ଦେଶକୁ ନଷ୍ଟ କରିଦେବେ । ସେମାନଙ୍କୁ ଖୋଜି ଖୋଜି ବାହାର କରାଯିବ ଓ ଦେଶରୁ ତଡି ଦିଆଯିବ ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା । ରାଜସ୍ଥାନର ଜୟପୁରଠାରେ ଏକ ନିର୍ବାଚନୀ ଜନସଭାରେ ସେ ଏକଥା କହିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ନିଜର ନଗରିକତ୍ୱ ପ୍ରମାଣ କରିପାରିବେ ନାହିଁ ସେମାନଙ୍କୁ ଭୋଟ ଦେବାର ଅଧିକାର ମିଳିବା ଉଚିତ ନୁହେଁ । ସେ କହିଛନ୍ତି କେବଳ ଆସାମରେ ୪୦ ଲକ୍ଷ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ପୁଣିଥରେ ନାଗରିକତ୍ୱ ପ୍ରମାଣ ପାଇଁ ସୁଯୋଗ ଦିଆଯିବ । କିନ୍ତୁ ଯେଉଁମାନ ପ୍ରମାଣ କରିନପାରିବେ ସେମାନଙ୍କ ପାଇଁ ଆମଦେଶରେ ରହିବାର ଅଧିକାର ନାହିଁ । ସେମାନେ ଭୋଟ ଦେବାର ପ୍ରଶ୍ନ ଉଠୁନାହିଁ । ଏପରିକି ସେମାନଙ୍କର ଆମ ଦେଶରେ ରହିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର