ମୁସଲମାନଙ୍କ ମଧ୍ୟରେ ବଢୁଛି ଗେରୁଆ ଦାଢ଼ି ମାନିଆ

ବାଙ୍ଗାଲୋର: ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିମାନେ ଦାଢ଼ି ରଖିବା ସାଧାରଣ କଥା | କିନ୍ତୁ ଆଜିକାଲି ବାଂଲାଦେଶରେ ମୁସଲିମମାନଙ୍କ ପାଇଁ ଗେରୁଆ ଦାଢ଼ି ରଖିବା ଏକ ପ୍ରକାର ଫେସନ ପାଲଟିଗଲାଣି | ଏହା ସହ ବିଜେପି ବା ଆରଏସଏସ ସହ କୌଣସି ସମ୍ପୃକ୍ତି ନଥିଲେ ବି ଏହି ଗେରୁଆ ରଙ୍ଗ ପଛରେ ମେହେନ୍ଦିର ଚମତ୍କାରିତା ରହିଛି | ମେହେନ୍ଦିକୁ ଏବେ ବାଂଲାଦେଶର ବରିଷ୍ଠ ନାଗରିକମାନେ ବ୍ୟବହାର କରୁଥିବାବେଳେ ନିଜର ଧଳା ଦାଢିକୁ ଲୁଚାଇବାର ଚେଷ୍ଟା କରୁଛନ୍ତି |

photo-oneindia

ତେବେ ବଡ କଥା ଯେ ମେହେନ୍ଦି କଳା କେଶ ଉପରେ ସେତେଟା ପ୍ରଭାବ ପକାଉନଥିବାବେଳେ ଧଳା କେଶ ଉପରେ ଭଲ ପ୍ରଭାବ ପଡିଥାଏ | ସେଥିପାଇଁ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଏହାକୁ ବ୍ୟବହାର କରୁଛନ୍ତି | ସେଥିପାଇଁ ବାଂଲାଦେଶରେ ଗେରୁଆ ରଙ୍ଗର ଦାଢ଼ି ଏବେ ଫେସନ ପାଲଟିଯାଇଛି |

ବାଂଲାଦେଶରେ ପାଖାପାଖି ୧୭ କୋଟି ଲୋକ ରହୁଥିବାବେଳେ ଅଧିକ ସଂଖ୍ୟକ ମୁସଲମାନ ରହିଥାନ୍ତି | ଏବେ ଦାଢ଼ି ସହ ନିଶରେ ମଧ୍ୟ ଗେରୁଆ ରଙ୍ଗ ବ୍ୟବହାର ବଢିଚାଲିଛି | କିଛିଙ୍କୁ କହିବା କଥା ଯେ ଯେଉଁମାନେ ପେଗମ୍ବର ମହମ୍ମଦଙ୍କ ଅନୁସରଣ କରିଥାନ୍ତି, ଯିଏ କି ୧୪୦୦ ବର୍ଷ ତଳେ ଦାଢ଼ି ରଖୁଥିଲେ | କୁହାଯାଏ ଯେ ପେଗମ୍ବର ମହମ୍ମଦ ମଧ୍ୟ ନିଜ ଦାଢିକୁ ରଙ୍ଗ କରୁଥିଲେ | ଯେଉଁଥିପାଇଁ ଏବେ ରଙ୍ଗୀନ ଦାଢ଼ିର ମାନିଆ ବଢ଼ିବାରେ ଲାଗିଛି |

ସମ୍ବନ୍ଧିତ ଖବର