ନୂଆଦିଲ୍ଲୀ : ନବରଙ୍ଗପୁରର ବନିତା ଦାସଙ୍କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ବାଲ୍ ପୁରସ୍କାର-୨୦୨୨ରେ ସମ୍ମାନିତ କରିଛନ୍ତି। ବନିତା ନବସୃଜନ ବର୍ଗରେ ପୁରସ୍କୃତ ହୋଇଛନ୍ତି। କ୍ଷୁଦ୍ର ଗ୍ରହର ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ବନିତାଙ୍କ ଦ୍ବାରା ଆବିଷ୍କୃତ କ୍ଷୁଦ୍ର ଗ୍ରହକୁ ନାସାର ସ୍ବୀକୃତି ମିଳିଛି। ବନିତାଙ୍କ ସମେତ ୨୧ଟି ରାଜ୍ୟର ୨୯ ଜଣ ବାଳକବାଳିକାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭର୍ଚୁଆଲ୍ ମୋଡ୍ରେ ପୁରସ୍କାର ବିତରଣ କରିଥିଲେ।
ବିଜେତାମାନଙ୍କୁ ନବସୃଜନ, ସାମାଜିକ ସେବା, ଶିକ୍ଷା, କ୍ରୀଡ଼ା, କଳାସଂସ୍କୃତି ଓ ସାହସିକତା ଭଳି ଛଅଟି ବର୍ଗରେ ପୁରସ୍କୃତ କରାଯାଇଥିଲା। ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ପ୍ରଥମ ଥର ପାଇଁ ‘ବ୍ଲକ୍ ଚେନ୍’ ଜ୍ଞାନକୌଶଳରେ ଏହା ପ୍ରଦାନ କରାଯାଇ ଥିଲା। ଏଥି ସହିତ ପ୍ରତ୍ୟେକ ବିଜେତାଙ୍କୁ ପଦକ ଏବଂ ଏକ ଲକ୍ଷ ଟଙ୍କାର ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଅବସରରେ ପ୍ରଧାନମନ୍ତ୍ରୀ ୬ ଜଣ ବିଜେତାଙ୍କ ସହିତ ଆଲୋଚନା କରିଥିଲେ। ସମସ୍ତ ବିଜେତା ସେମାନଙ୍କ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଓ ଅଭିଭାବକଙ୍କ ସହିତ ସାମିଲ ହୋଇଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସଂଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/banita-fff.jpg)