ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)କୁ ନେଇ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା। କୁହାଯାଇଥିବା ଯେ, ଏସବିଆଇ ଡିଜିଟାଲ ପେମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଆକାଉଣ୍ଟଧାରୀଙ୍କଠାରୁ ସଂଗ୍ରହ କରିଥିବା ୧୬୪ କୋଟି ଟଙ୍କା ଏଯାଏଁ ଫେରାଇନାହିଁ। ଏହି ଟଙ୍କାକୁ ବ୍ୟାଙ୍କ ପକ୍ଷରୁ ବେନିୟମ ଭାବେ କାଟି ନିଆଯାଇଛି। ଏବେ ଏହି ଖବରକୁ ନେଇ ନିଜର ପ୍ରତିକ୍ରିୟା ରଖିଛି ଏସବିଆଇ। ଏସବିଆଇ କହିଛି ଯେ, ଡିଜିଟାଲ କାରବାର ପାଇଁ ବେସିକ୍ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟ (ବିଏସବିଡି) ଗ୍ରାହକଙ୍କଠାରୁ କୌଣସି କାରବାର ଶୁଳ୍କ ଆଦାୟ କରାଯାଏ ନାହିଁ।
ଜନ-ଧନ ଆକାଉଣ୍ଟ ସ୍କିମ୍ ଉପରେ ଆଇଆଇଟି-ମୁମ୍ବାଇ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଥିବା ଯେ, ଏପ୍ରିଲ, ୨୦୧୭ ରୁ ସେପ୍ଟେମ୍ବର, ୨୦୨୦ ମଧ୍ୟରେ ଜନ-ଧନ ଯୋଜନା ଅଧୀନରେ ଖୋଲାଯାଇଥିବା ସାଧାରଣ ସେଭିଙ୍ଗସ ଆକାଉଣ୍ଟରୁ ୟୁପିଆଇ ଚାର୍ଜ ବାବଦରେ ଏସବିଆଇ ମୋଟ ୨୫୪ କୋଟିରୁ ଅଧିକ ଟଙ୍କା କାଟିନେଇଥିଲା | ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ୟୁପିଆଇ କାରବାର ପାଇଁ ପ୍ରତ୍ୟେକ ଆକାଉଣ୍ଟରୁ ୧୭.୭୦ ଟଙ୍କା କାଟି ନିଆଯାଇଥିଲା। ଏହି ରାଶି ଫେରସ୍ତ ପାଇଁ ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ମଧ୍ୟ କେବଳ ୯୦ କୋଟି ଟଙ୍କା ଆକାଉଣ୍ଟଧାରୀଙ୍କୁ ଫେରସ୍ତ କରାଯାଇଛି ଏବଂ ଆହୁରି ୧୬୪ କୋଟି ଟଙ୍କା ଏପର୍ଯ୍ୟନ୍ତ ଫେରସ୍ତ କରାଯାଇ ନାହିଁ।
ଏହା ଉପରେ ଏସବିଆଇ କହିଛି ଯେ, ୟୁପିଆଇ ଏବଂ ରୁପେ ବ୍ୟବହାର କରୁଥିବା ବିଏସବିଡି ଗ୍ରାହକଙ୍କଠାରୁ କୌଣସି ପ୍ରକାରର ଶୁଳ୍କ ଆଦାୟ କରାଯାଏ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/t-182.jpg)