ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ୩୫୪ କୋଟି ଟଙ୍କାର ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ଗିରଫ କରିଛି। ଦିଲ୍ଲୀରୁ ଆଜି ରତୁଲ ପୁରୀଙ୍କୁ ଗିରଫ କରାଯିବା ପରେ କମଳନାଥଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି ହୋଇଛି। ସିବିଆଇ ମଧ୍ୟ ଏହି ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ରତୁଲ ପୁରୀ, ଦୀପିକା ପୁରୀ, ନୀତା ପୁରୀ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିଛି। ପୂର୍ବରୁ ଅଗଷ୍ଟା ୱେଷ୍ଟଲାଣ୍ଡ୍ ମାମଲାରେ ରତୁଲ ପୁରୀଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଥିଲା। କମଳନାଥ କହିଛନ୍ତି ପୁରୀଙ୍କ ବ୍ୟବସାୟରେ ତାଙ୍କର କିଛି ସମ୍ପୃକ୍ତି ନାହିଁ। କିନ୍ତୁ ସେମାନଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ଏବଂ ସେମାନଙ୍କୁ ବଦନାମ କରିବାପାଇଁ ଏଭଳି କରାଯାଉଛି ବୋଲି କମଳନାଥ କହିଛନ୍ତି। ଅନ୍ୟପକ୍ଷେ ଇଡି ଅଧିକାରୀମାନେ କହିଛନ୍ତି, ପିଏମଏଲ୍ଏ ଆଇନ ଅଧୀନରେ ରତୁଲ ପୁରୀଙ୍କୁ ଗିରଫ କରାଯାଇଛି।
ବ୍ୟାଙ୍କ୍ ଦୁର୍ନୀତି ମାମଲା: କମଳନାଥଙ୍କ ଭଣଜା ରତୁଲ ପୁରୀ ଗିରଫ
/sambad/media/post_attachments/wp-content/uploads/2019/08/Joh-on-software-arrests_Adobe-stock.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)