ନୂଆଦିଲ୍ଲୀ : ୟେସ୍ ବ୍ୟାଙ୍କ-ଡିଏଚ୍ଏଫ୍ଏଲ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ୪୧୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଦୁଇ ଜଣ ବିଲଡରଙ୍କଠାରୁ ଏହି ସମ୍ପତ୍ତି ଜବତ ହୋଇଛି। ସେମାନେ ହେଉଛନ୍ତି ରାଡିଅସ୍ ଡେଭେଲପର୍ସର ସଞ୍ଜୟ ଛାବ୍ରିଆ ଓ ଏବିଆଇଏଲ୍ ଇନଫ୍ରାଷ୍ଟ୍ରକ୍ଚର୍ର ଅବିନାଶ ଭୋସାଲେ। ସେମାନଙ୍କୁ ପୂର୍ବରୁ ଗିରଫ କରାଯାଇଛି। କିଛି ଦିନ ପୂର୍ବେ ଅବିନାଶଙ୍କ ଏକ ଠିକଣାରେ ସିବିଆଇ ଏକ ଅଗଷ୍ଟାୱେଷ୍ଟଲ୍ୟାଣ୍ଡ୍ ହେଲିକପ୍ଟରକୁ ଠାବ କରି ତାହାକୁ ଜତବ କରିଥିଲା। ଡିଏଚ୍ଏଫ୍ଏଲ୍ ନାମରେ ୧୭ଟି ବ୍ୟାଙ୍କଠାରୁ ୩୪ ହଜାର କୋଟି ଟଙ୍କା ଠକେଇ କରିବା ଅଭିଯୋଗ ରହିଛି। ଏହା ହେଉଛି ଦେଶର ସର୍ବବୃହତ ବ୍ୟାଙ୍କ ଠକେଇ। ଏହି ମାମଲାରେ ଇଡି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୮୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇସାରିଲାଣି।
ବ୍ୟାଙ୍କ ଠକେଇ ମାମଲା: ୪୧୫ କୋଟିର ସମ୍ପତ୍ତି ଜବତ କଲା ଇଡି
/sambad/media/post_attachments/wp-content/uploads/2021/02/ed-Enforcement-Directorate-ED.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)