ଲକ୍ଷ୍ନୌ: ଜଣେ ରୁଷୀୟ ମହିଳାଙ୍କ ସହ ଦୁଷ୍କର୍ମ କରିିଥିବା ଅଭିଯୋଗରେ ଶୁକ୍ରବାର ମନ୍ଦିରମାଳିନୀ ସହର ବୃନ୍ଦାବନରେ ପୁଲିସ୍ ଅଭିଯୁକ୍ତ ବ୍ୟାଙ୍କ୍ ମ୍ୟନେଜରକୁ ଗିରଫ କରିଛି। ୨୦ ବର୍ଷୀୟା ଏହି ରୁଷୀୟ ମହିଳା ଗତ େପ୍ଟେମ୍ବରରେ ଭାରତ ଆସିଥିଲେ। ପୁଲିସ୍ ଅଭିଯୁକ୍ତକୁ ଗିରଫ କରିବା ପରେ ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲ୍କୁ ପଠାଇଛି।
ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ଜଣକ ହେଉଛନ୍ତି ୟୁକୋ ବ୍ୟାଙ୍କ୍ର ବୃନ୍ଦାବନ ବ୍ରାଞ୍ଚ ମ୍ୟାନେଜର ମହେନ୍ଦ୍ର ପ୍ରସାଦ ସିଂହ। ପୀଡ଼ିତା ମହିଳାଙ୍କ ବୟାନ ମୁତାବକ, ୨୦୧୬ ମସିହା ନଭେମ୍ବରରେ ଉଭୟ ଉଭୟଙ୍କୁ ଫେସ୍ବୁକ୍ ଜରିଆରେ ଜାଣିବାକୁ ପାଇଥିଲେ। ସେ ଦୁହିଁଙ୍କ ମଧ୍ୟରେ ସଂପର୍କ ବଢ଼ିବାରୁ ସିଂହ ମହିଳାଙ୍କୁ ବୃନ୍ଦାବନ ଆସିବାକୁ ନିମନ୍ତ୍ରଣ କରିଥିଲେ। ମହିଳା ଜଣକ ସେପ୍ଟେମ୍ବର ୧୭ ତାରିଖରେ ସିଂହଙ୍କୁ ଦେଖା କରିବା ପାଇଁ ବୃନ୍ଦାବନ ଆସିଥିଲେ। ମହିଳାଙ୍କୁ ପାଖରେ ପାଇଁ ସିଂହ ଲଗାତର ଭାବେ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ମହିଳା ଅଭିଯୋଗ କରିଛନ୍ତି।