ମହିଳା ଅନ୍ତଃବସ୍ତ୍ର ପିନ୍ଧି ଆତ୍ମହତ୍ୟା କଲେ ବ୍ୟାଙ୍କ ମ୍ୟାନେଜର, ପୁଲିସ ଆଶ୍ଚର୍ଯ୍ୟ

ଲୁଧିଆନା : ଲୁଧିଆନାର ଅମରପୁରା ଅଞ୍ଚଳରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମ୍ୟାନେଜରଙ୍କ ମୃତଦେହ ତାଙ୍କ ଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ମହିଳା ଅନ୍ତଃବସ୍ତ୍ର ପିନ୍ଧିଥିବା ଅବସ୍ଥାରେ ତାଙ୍କ ମୃତଦେହ ଦଉଡ଼ିରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।

ମୃତ ବ୍ୟକ୍ତିଙ୍କ ନାମ ବିନୋଦ ମସିହ ବୋଲି ପଞ୍ଜାବ ପୁଲିସ କହିଛି। ସେ ଏକ ବ୍ୟାଙ୍କର ମ୍ୟାନେଜର । ଶନିବାର ସକାଳେ ସେ ବହୁ ସମୟ ଧରି ନଉଠିବାରୁ ଘର ମାଲିକର ସଂଦେହ ହୋଇଥିଲା । ବାରମ୍ବାର କବାଟ ବାଡ଼େଇବା ପରେ ସେ ନଉଠିବାରୁ ଘରମାଲିକ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସିବା ପରେ କବାଟ ଭାଙ୍ଗି ତାଙ୍କ ରୁମରେ ପ୍ରବେଶ କରିବା ପରେ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।

ଶନିବାର  ଥିଲା ବିନୋଦଙ୍କ ଜନ୍ମଦିନ। ତାଙ୍କ ପରିବାରରେ ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି। ମୃତକ ଜଣକ ଗତ ଦେଢ଼ ବର୍ଷ ହେବ ଏକ ଭଡ଼ା ଘରେ ଏକୁଟିଆ ରହୁଥିଲେ। ତଥାପି ତାଙ୍କ କୋଠରୀରୁ ମହିଳାଙ୍କ ପୋଷାକ ମଧ୍ୟ ମିଳିଥିଲା ବୋଲି ପୁଲିସ କହିଛି ।  ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଚାଲିଛି।

ତଦନ୍ତକାରୀ ଅଧିକାରୀ ଆତ୍ମା ରାମ କହିଛନ୍ତି ଯେ ଏପରି  ଆତ୍ମହତ୍ୟା କରିବା ଏକ ଅଜବ ଘଟଣା । ପୁଲିସ କହିଛି ଯେ ସେ ତାଙ୍କ ପରିବାରକୁ ଭେଟିବା ପାଇଁ ଫିରୋଜପୁର ଯାଇଥିଲେ ଏବଂ ଗୁରୁବାର ରାତିରେ ଲୁଧିଆନାରେ ଥିବା ତାଙ୍କ ବାସଭବନକୁ ଫେରିଥିଲେ ।

ସମ୍ବନ୍ଧିତ ଖବର