ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରସ୍ଥିତ ଏକ ବ୍ୟାଙ୍କରେ ଥିବା କୋଟିକୋଟି ଟଙ୍କା ବନ୍ୟାଜଳରେ ନଷ୍ଟ ହୋଇଯାଇଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଯାଞ୍ଚ ବି ଆରମ୍ଭ ହୋଇଯାଇଛି।

Advertisment

ସୂଚନା ଅନୁସାରେ, ସେପ୍ଟେମ୍ବର ୨୪ରେ ନାଗପୁରର ନାଗ ନଦୀରେ ବନ୍ୟା ଆସିଥିଲା। ବନ୍ୟାଜଳ ବଢ଼ିବଢ଼ି ଏକାଧିକ ଜମି ଓ ଘର ଜଳମଗ୍ନ ହୋଇଯାଇଥିଲା। ଏହି ବନ୍ୟା ଜଳରେ  ସୀତବୁଲଦି ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଶାଖା ମଧ୍ୟ ଜଳବନ୍ଦୀ ହୋଇ ଯାଇଥିଲା। ବନ୍ୟାଜଳ ବ୍ୟାଙ୍କର ଷ୍ଟ୍ରଙ୍ଗରୁମରେ ପହଞ୍ଚିଯାଇଥିଲା।

ଫଳରେ ନୋଟ୍ ରହିଥିବା ବାକ୍ସ ଉକ୍ତ ବନ୍ୟା ପାଣିରେ ବୁଡ଼ି ଯାଇଥିଲା। ଆଉ ଏହି ବାକ୍ସ ଭିତରେ ଥିବା ଟଙ୍କାଗୁଡ଼ିକ ନଷ୍ଟ ହୋଇଯାଇଥିଲା। ତେବେ ଏହି ବନ୍ୟାଜଳ ହେତୁ କେତେ ଟଙ୍କାର ନୋଟ୍ ନଷ୍ଟ ହୋଇଛି ସେନେଇ ବ୍ୟାଙ୍କ୍ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ବିଶେଷ ସୂତ୍ର ଅନୁସାରେ ୪୦୦ କୋଟି ଟଙ୍କରା ନୋଟ୍ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

ବ୍ୟାଙ୍କ ପକ୍ଷରୁ ଏହି ଘଟଣା ସମ୍ପର୍କ‌ରେ ଆରବିଆଇକୁ ସୂଚନା ଦିଆଯିବା ପରେ ଆରବିଆଇ ଟିମ୍ ବ୍ୟାଙ୍କରେ ପହଞ୍ଚି ନୋଟ୍‌ଗୁଡ଼ିକ ଯାଞ୍ଚ କରିଥିଲେ ଓ କ୍ଷତିଗ୍ରସ୍ତ ନୋଟକୁ ସଂଗ୍ରହ କରିଥିଲେ। ଆରବିଆଇର ଅଧିକାରୀମାନେ ଅତ୍ୟନ୍ତ ନଷ୍ଟ ହୋଇଯାଇଥିବା ନୋଟଗୁଡିକୁ ବାଦ୍ ଦେଇ ଅନ୍ୟ ନୋଟଗୁଡ଼ିକୁ ସାବଧାନତାର ସହ ଗଣିବା ସହ ସ୍କାନ୍ କରିଥିଲେ। ତେବେ ଏହି ଘଟଣା ପ୍ରଥମଥର ପାଇଁ ଘଟିଥିବା ଉକ୍ତ ଅଞ୍ଚଳର ବାସିନ୍ଦା କହିଛନ୍ତି। ଏମିତି ଘଟଣା ସେମାନେ ପୂର୍ବରୁ କେବେ ଦେଖି ନଥିଲେ କି ଶୁଣିବି ନଥିଲେ।